ଦିନକ ପାଇଁ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ନିଶୁଳ୍କରେ ମନ୍ଦିର କାରୁକାର୍ଯ୍ୟ ବୁଲି ଦେଖିବେ ପର୍ଯ୍ୟଟକ

ଦିନକ-ପାଇଁ-ସୂର୍ଯ୍ୟମନ୍ଦିରକୁ-ପ୍ରବେଶ-ଶୁଳ୍କ-ଛାଡ଼,-ନିଶୁଳ୍କରେ ମନ୍ଦିର-କାରୁକାର୍ଯ୍ୟ-ବୁଲି-ଦେଖିବେ-ପର୍ଯ୍ୟଟକ

ଦିନକ ପାଇଁ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ନିଶୁଳ୍କରେ ମନ୍ଦିର କାରୁକାର୍ଯ୍ୟ ବୁଲି ଦେଖିବେ ପର୍ଯ୍ୟଟକ

Published By: Ruby – Prameya-News7 Bureau | November 19, 2025 11:22 AM

NEWS7

sun temple

କୋଣାର୍କ ୧୯।୧୧: ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସମସ୍ତ ପର୍ଯ୍ୟଟକ ମାନଙ୍କୁ ଆଜି ଦିନକ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏନେଇ ଏଏସ୍‌ଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଫଳରେ ନିଶୁଳ୍କରେ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖୁଛନ୍ତି ଦେଶ ବିଦେଶର ପର୍ଯ୍ୟଟକ । ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଆଜି ଦିନକ ପାଇଁ ବିନା ଅର୍ଥରେ ଦେଖିବେ ପର୍ଯ୍ୟଟକ । ଏ ନେଇ କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ସୂଚନା ଦେଇଛନ୍ତି । ଏଥିପାଇଁ ବୁଧବାର ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

Scroll to Top