ଦାଶରଥୀ ଗମାଙ୍ଗଙ୍କୁ ନୋଟିସ ପ୍ରସଙ୍ଗ, ଉତ୍ତର ଦେଲେ କଂଗ୍ରେସ ବିଧାୟକ

ଦାଶରଥୀ-ଗମାଙ୍ଗଙ୍କୁ-ନୋଟିସ-ପ୍ରସଙ୍ଗ,-ଉତ୍ତର-ଦେଲେ-କଂଗ୍ରେସ-ବିଧାୟକ

ଦାଶରଥୀ ଗମାଙ୍ଗଙ୍କୁ ନୋଟିସ ପ୍ରସଙ୍ଗ, ଉତ୍ତର ଦେଲେ କଂଗ୍ରେସ ବିଧାୟକ

କଂଗ୍ରେସ ପକ୍ଷରୁ କରାଯାଇଥିବା ସୋ କଜ୍ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗ।

Published By: Chikun – Prameya-News7 Bureau | March 15, 2026 11:04 PM

NEWS7

Congress MLA Dasarathi Gomango has submitted his reply.

ଭୁବନେଶ୍ବର: ରାତି ପାହିଲେ ରାଜ୍ୟସଭା ନିର୍ବାଚନ । ଏଥର ଚତୁର୍ଥ ପ୍ରାର୍ଥୀଙ୍କ ଯୋଗୁ ରାଜ୍ୟସଭା ନିର୍ବାଚନ ରୋଚକ ହେବାକୁ ଯାଉଥିବା ବେଳେ, ତିନି ଦଳ ଏଥିପାଇଁ ଖୁବ୍ ସତର୍କ ମଧ୍ୟ ଅଛନ୍ତି। ଏମିତିରେ ଏଭଳି ସ୍ଥିତିରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଅନୁପସ୍ଥିତିକୁ ନେଇ କଂଗ୍ରେସ ବେଶ୍ ଖପ୍ପା ଦେଖିବାକୁ ମିଳିଛି। ଏଥିପାଇଁ ଦଳ ପକ୍ଷରୁ ବରମ୍ବାର ନୋଟିସ କରାଯାଉଛି। ଯାହାର ଉତ୍ତର ରଖିଛନ୍ତି ଦାଶରଥୀ ।

ସେ କାରଣ ଦର୍ଶାଅ ନୋଟିସର ଉତ୍ତର କହିଛନ୍ତି ଯେ, ‘‘ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରୁଛି। ଏହା କଂଗ୍ରେସର ଏକପାଖିଆ ନିଷ୍ପତ୍ତି। ବିଧାୟକ ଦଳ ବୈଠକରେ ଆଲେଚନା ହୋଇନି। ବିଜେଡି- କଂଗ୍ରେସ ମଧୁଚନ୍ଦ୍ରିକା କଂଗ୍ରେସ କର୍ମୀଙ୍କୁ ବ୍ୟଥିତ କରିଛି। ବିଜେଡି ସହ ହାତ ମିଳାଇ କଂଗ୍ରେସକୁ ଧ୍ବଂସ କରାଯାଉଛି। ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି। ଏହି ଷଡ଼ଯନ୍ତ୍ରରୁ ଦୂରେଇବାକୁ ମୁଁ ସ୍ପଷ୍ଟ କରୁଛି। ରାଜ୍ୟସଭା ନିର୍ବାଚନରେ ବିବେକ ଅନୁଯାୟୀ ନିଷ୍ପତ୍ତି ନେବି।’’ ଆଉ ଦାଶରଥୀଙ୍କ ଏହି ଉତ୍ତର ପରେ ପୁଣି ରାଜନୀତି ଜୋର ଧରିଛି।

ଆହୁରି ପଢ଼ନ୍ତୁ: ଦାଶରଥୀ ଗମାଙ୍ଗଙ୍କ ସଭ୍ୟପଦ ରଦ୍ଦ ଚେତାବନୀ, ସୋମବାର ସକାଳ ୯ଟା ସୁଦ୍ଧା ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

Scroll to Top