ଦନ୍ତା ହାତୀର ମୃତଦେହ ଠାବ, ଜଣାପଡିନି ମୃତ୍ୟୁର ସଠିକ୍ କାରଣ

ଦନ୍ତା-ହାତୀର-ମୃତଦେହ-ଠାବ,-ଜଣାପଡିନି-ମୃତ୍ୟୁର-ସଠିକ୍-କାରଣ

ଦନ୍ତା ହାତୀର ମୃତଦେହ ଠାବ, ଜଣାପଡିନି ମୃତ୍ୟୁର ସଠିକ୍ କାରଣ

Published By: Ruby – Prameya-News7 Bureau | November 01, 2025 03:37 PM

NEWS7

Bhanjanagar

ଭଞ୍ଜନଗର ୧: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସନ ବାଣିଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ୍ୟୁ ହୋଇଥି ଶନିବାର ସକାଳେ ଜଣାପଡିଛି । ହାତୀ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ । ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର  ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅପରାହ୍ନରେ ଜେଟିଏଫ ଟିମ୍ ଭୁବନେଶରରୁ ଆସି ପହଞ୍ଚିବା ପରେ ହାତୀର ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଡିଏଫଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି 

Scroll to Top