ଥାଳିରେ ଶ୍ରଦ୍ଧାଳୁ ଦକ୍ଷିଣା ଦେବା ବେଳେ ଦୁଇ ସେବାୟତ ହାତାହାତି, ଥାନାରେ ଏତଲା

ଥାଳିରେ-ଶ୍ରଦ୍ଧାଳୁ-ଦକ୍ଷିଣା-ଦେବା-ବେଳେ-ଦୁଇ-ସେବାୟତ-ହାତାହାତି,-ଥାନାରେ-ଏତଲା

Published By: Ruby – Prameya-News7 Bureau | October 08, 2025 05:39 PM

NEWS7

Puri

ପୁରୀ ୮।୧୦: ପୁଣି ଶ୍ରୀମନ୍ଦିର ଭିତରେ ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତି । ଥାଳିରେ ଶ୍ରଦ୍ଧାଳୁ ଦକ୍ଷିଣା ଦେବା ସମୟରେ ଦୁଇ ସେବାୟତ ହାତାହାତି ହୋଇଛନ୍ତି । ଜୟବିଜୟ ଦ୍ୱାର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହାତାହାତି ହୋଇଥିବା ଦୁଇ ସେବାୟତ ହେଉଛନ୍ତି ନାରାୟଣ ପଣ୍ଡା ଓ ରାଜା ଖୁଣ୍ଟିଆ । ରାଜାର ଆକ୍ରମଣରେ ନାରାୟଣ ଆହତ ହୋଇଛନ୍ତି । ସିଂହଦ୍ଵାର ଥାନାରେ ଏନେଇ ଅଭିଯୋଗ ପରେ ପୋଲିସର ତଦନ୍ତ ।

Scroll to Top