ଥାନା ସମ୍ମୁଖରେ ଗଣ୍ଡଗୋଳ, ଅଟକାଇବାକୁ ପୋଲିସ ନାକେଦମ୍

ଥାନା-ସମ୍ମୁଖରେ-ଗଣ୍ଡଗୋଳ,-ଅଟକାଇବାକୁ-ପୋଲିସ-ନାକେଦମ୍

ଥାନା ସମ୍ମୁଖରେ ଗଣ୍ଡଗୋଳ, ଅଟକାଇବାକୁ ପୋଲିସ ନାକେଦମ୍

Published By : Prameya-News7 Bureau | August 23, 2025 IST

ଭୁବନେଶ୍ୱର ୨୩।୦୮ : ଥାନା ସମ୍ମୁଖରେ ବାଡ଼ିଆ ପିଟା । ସବୁଦେଖି ନଦେଖିଲା ଭଳି ପଳେଇଲା ପିସିଆଇ ଭ୍ୟାନ୍‌ । ସ୍ଥିତି ଏପରି ହେଲା ଯେ, ଥାନା ସମ୍ମୁଖରେ ୧୫ ମିନିଟ ପର୍ଯ୍ୟନ୍ତ ବିବାଦ ଲାଗିରହିଥିଲା । ଶେଷରେ ଥାନା ଅଧିକାରୀ ଆସି ମାମଲାକୁ ଥଣ୍ଡା କରିବାକୁ ଚେଷ୍ଟା କରିଥିଲେ । 

ଖବର ଅନୁଯାୟୀ, ଶୁକ୍ରବାର ରାତି ସମୟରେ ଖଣ୍ଡଗିରି ସମ୍ମୁଖରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । କୌଣସି କାରଣକୁ ଥର ଗାଡ଼ିରେ ଆସିଥିବା ଗୋଟିଏ ଗୋଷ୍ଠି ଓ ଅନ୍ୟ ଗୋଷ୍ଠି ମଧ୍ୟରେ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ଗଣ୍ଡଗୋଳର ରୂପ ନେଇଥିଲା । ସ୍ଥିତି ଏପରି ହେଲା କି ମାରପିଟ ଯାଏଁ କଥା ଯାଇଥିଲା । ଥାନା ସାମ୍ନାରେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଗଣ୍ଡଗୋଳ ଲାଗିରହିଥିଲା । ଏପିରିକି ସେହି ରାସ୍ତାରେ ଯାଉଥିବା ଏକ ପିସିଆର୍‌ ଭ୍ୟାନ୍‌ ସବୁ ଦେଖି ନଦେଖିଲା ଭଳି ଚାଲିଗଲା । ତେବେ ସ୍ଥିତି ଅଣାୟତ ହେବା ପରେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା କିଛି ଯୁବକଙ୍କୁ ଥାନାରେ ଅଟକ ରଖିଛି। ତେବେ ରାଜଧାନୀର ରାଜରାସ୍ତାରେ ପୁଣି ଥାନା ସମ୍ମୁଖରେ କିପରି ଭାବେ ଏମିତି ଘଟିଲା । ତାକୁ ନେଇ କମିଶନରେଟ୍‌ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top