ଥାନା ଉପରେ ଚଢ଼ିଗଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ଯୁବକଙ୍କ ଅତ୍ମହତ୍ୟା ଉଦ୍ୟମ । ମଙ୍ଗଳାବାଗ ଥାନା ଉପରେ ଚଢ଼ିଗଲେ ଯୁବକ । ବେକରେ ଗାମୁଛା ଲଗାଇବା ବେଳେ ଧରିପକାଇଲେ ଅଗ୍ନିଶମ ବାହିନୀ । ଯୁବକ ଜଣଙ୍କ କିଏ ଓ କାହିଁକି ଜଣାପଡ଼ିନି ।
Published By: Ruby – Prameya-News7 Bureau | March 23, 2026 10:19 AM
NEWS7
କଟକ ୨୩।୩: କଟକ ମଙ୍ଗଳାବାଗ ଥାନା ପରିସରରେ ଯୁବକଙ୍କ ଅତ୍ମହତ୍ୟା ଉଦ୍ୟମ । ଥାନା ଛାତ ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ଅଗ୍ନିଶମ ବାହିନୀ ଦ୍ଵାରା ଯୁବକଙ୍କୁ ଉଦ୍ଧାର କରାଯାଇ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ କିଏ ଓ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।




