ଥାନାରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ଆକ୍ସନ, ଥାନା ଅଧିକାରୀ ସମେତ ୩ ଜଣଙ୍କୁ ସସ୍‌ପେଣ୍ଡ ନିର୍ଦ୍ଦେଶ

ଥାନାରେ-ଅଭିଯୁକ୍ତର-ମୃତ୍ୟୁ-ଘଟଣାରେ-ଆକ୍ସନ,-ଥାନା-ଅଧିକାରୀ-ସମେତ-୩-ଜଣଙ୍କୁ-ସସ୍‌ପେଣ୍ଡ-ନିର୍ଦ୍ଦେଶ

ଚୌଦ୍ୱାର ୨୩।୦୯ : ଚୌଦ୍ଵାର ଥାନାରେ ଅଭିଯୁକ୍ତର ମୃତ୍ୟୁ ଘଟଣା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ସେପଟେ ଘଟଣାରେ ଥାନା ଅଧିକାରୀଙ୍କ ସମେତ ୩ ଜଣ ସସପେଣ୍ଡ ହୋଇଛନ୍ତି । ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ପାହ୍ୟାର ଅଧିକାରୀ ବିଶ୍ଵ ରଞ୍ଜନ ସାହୁ,ଏସ ଆଇ ନିରଞ୍ଜନ ଗୌଡ଼ ଏବଂ ଓଏପପି ଏଫ କନେଷ୍ଟବଳ କମଳ ଲୋଚନ ମାଝି ନିଲମ୍ବିତ । ଗାଡ଼ି ଚୋରି ଅଭିଯୋଗରେ ଢେଙ୍କାନାଳର ରସାନନ୍ଦ ନାୟକଙ୍କୁ ଚୌଦ୍ଵାର ଥାନା ପୋଲିସ ଶନିବାର ଉଠାଇ ଆଣିଥିଲା। ପୋଲିସ ନିର୍ଯାତନା ଦେବା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ସୋମବାର ଘଟିଥିଲା ଏହି ଘଟଣା। ମାଜିଷ୍ଟ୍ରେଟ,ବରିଷ୍ଟ ପୋଲିସ ଅଧିକାରୀ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରାଯାଇଥିଲା। ଏବେ SCBରେ ଚାଲିଛି ମୃତକଙ୍କ ପୋଷ୍ଟମର୍ଟମ ।

​​​​​​​ଅନ୍ୟପଟେ ଚୌଦ୍ୱାର ଥାନା ହାଜତ ମୃତ୍ୟୁ ଘଟଣାରେ NHRCରେ ମାମଲା ରୁଜୁ ହୋଇଛି । ମାନବାଧିକାରୀ କର୍ମୀ ଜୟନ୍ତ ସାହୁ NHRCରେ ମାମଲା ରୁଜୁ କରିଛି । ପୁରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆବେଦନ କରିଛନ୍ତି 

Scroll to Top