ଥରିଲା ମିଆଁମାର, ଲଗାତାର ଆସିଲା ଦୁଇଟି ଭୂମିକମ୍ପ
ଥରିଲା ମିଆଁମାର । ଶକ୍ତିଶାଳୀ ଭୂମିକମ୍ପରେ ମିଆଁମାର ଥରିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ବୋଲି ଜଣାପଡିଛି । ନ୍ୟାସନାଲ ସେଣ୍ଟରଫର୍ ସିସମୋଲୋଜି ଏନେଇ ସୂଚନା ଦେଇଛି ।
Published By: Ankit M – Prameya-News7 Bureau | February 15, 2026 07:47 AM
NEWS7

ନୂଆଦିଲ୍ଲୀ, ୧୫/୦୨ : ଥରିଲା ମିଆଁମାର । ଶକ୍ତିଶାଳୀ ଭୂମିକମ୍ପରେ ମିଆଁମାର ଥରିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ବୋଲି ଜଣାପଡିଛି । ନ୍ୟାସନାଲ ସେଣ୍ଟରଫର୍ ସିସମୋଲୋଜି ଏନେଇ ସୂଚନା ଦେଇଛି ।
ରିପୋର୍ଟ ଅନୁସାରେ, ରବିବାର ମିଆଁମାରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ମାଟି ତଳେ ୮୦ କିଲୋମିଟର ଥିଲା । ଶନିବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ୩୦ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଏହାପରେ ୧୨ଟା ୫୨ରେ ପୁଣି ଭୂମିକମ୍ପର ଝଟକା ଲାଗିଥିଲା ।
ତେବେ ଏଥିରେ କାହାରି କିଛି କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏବେବି ଲୋକେ ଭୟଭୀତ ଅଛନ୍ତି । କିଛି ଜାଗାରେ ଘର ଏବଂ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳୁଛି । ତେବେ ଲୋକଙ୍କ ଆତଙ୍କିତ ନହୋଇ ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।




