ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗ : ବିଜେଡିର ବିଧାନସଭା ଘେରାଉ
Published By: Ruby – Prameya-News7 Bureau | September 23, 2025 11:11 AM
NEWS7
ଭୁବନେଶ୍ବର ୨୩।୯: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡ଼ପ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ । ଏହାକୁ ନେଇ ଲୋୟର ପିଏମ୍ଜିରେ ବିକ୍ଷୋଭ କରୁଛି ବିଜେଡି । ବିଜେଡି ପକ୍ଷରୁ ଅନ୍ଦୋଳନ ଆରମ୍ଭ ହୋଇଛି । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ଉପସଭାପତି ଅତନୁ ସବ୍ୟସାଚୀ ନାୟକ, ପ୍ରବଣ ପ୍ରକାଶ ଦାସ ପ୍ରମୁଖ ଲୋୟରରେ ପିଏମ୍ଜିରେ ପହଞ୍ଚିଛନ୍ତି ।




