ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ଟପ୍ ମାଓନେତାଙ୍କ ସମେତ ୩୭ ମାଓବାଦୀ

ତେଲେଙ୍ଗାନା-ଡିଜିପିଙ୍କ-ନିକଟରେ-ଆତ୍ମସମର୍ପଣ-କଲେ-ଦୁଇ-ଟପ୍-ମାଓନେତାଙ୍କ-ସମେତ-୩୭-ମାଓବାଦୀ

ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ଟପ୍ ମାଓନେତାଙ୍କ ସମେତ ୩୭ ମାଓବାଦୀ

Published By: Ruby – Prameya-News7 Bureau | November 22, 2025 05:03 PM

NEWS7

Maoist

ମାଲକାନଗିରି ୧୧ଛତିଶଗଡ ନକ୍ସଲ ସଂଗଠନର ଦୁଇ ଜଣ ଟପ୍ ମାଓ ନେତା ତଥା ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ କୋୟାଡା ସାମ୍ବାଇ ଓରଫ ଆଜାଦ୍ ଏବଂ ଆପ୍ପାସି ନାରାୟଣ ଓରଫ ରମେଶ ଅସ୍ତ୍ର ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ଦୁଇ ଟପ୍ ମାଓନେତାଙ୍କ ସମେତ ୩୭ ଜଣ ହାର୍ଡକୋର ମାଓବାଦୀ ଶନିବାର ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଷ୍ଟେଟ କମିଟି ସଦସ୍ୟ ହୋଇଥିବା ବେଳେ ୩ ଜଣ DVCM ମେମ୍ବର, ୯ ଜଣ ଏରିଆ କମିଟି ମେମ୍ବର ଓ ୨୨ ଜଣ ପାର୍ଟି ମେମ୍ବର ରହିଛନ୍ତି ।

ଦୁଇ ଜଣ ଆନ୍ଧ୍ର କ୍ୟାଡରଙ୍କୁ ଛାଡି ଦେଲେ ବାକି ସମସ୍ତ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଓ ସୁକୁମା ଜିଲ୍ଲାର । ଏମାନେ ସମସ୍ତେ ଟପ୍ ମାଓନେତା ହିଡମାଙ୍କ ସହଯୋଗୀ ଥିଲେ ବୋଲି ତେଲେଙ୍ଗାନା ଡିଜିପି କହିଛନ୍ତି । ହିଡମାଙ୍କ ଏନକାଉଣ୍ଟର ପରେ ଭୟଭୀତ ହୋଇ ଏମାନେ ସମସ୍ତେ ତେଲେଙ୍ଗାନା ଯାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଆଜାଦ୍ ସୂଚନା ଦେଇଛନ୍ତି ।

Scroll to Top