ତିନି ବର୍ଷର ପ୍ରେମ ସଂପର୍କ, ହାତଗଣ୍ଠି ପଡ଼ିବା ପୂର୍ବରୁ ବେଦୀରୁ ଉଠିଗଲା ବର
ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିଲା ୩ ବର୍ଷର ପ୍ରେମ ସମ୍ପର୍କ। ଉଭୟ ୩ ମାସ ହେବ ଘର ଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ମଧ୍ୟ ରହୁଥିଲେ। ବୁଧବାର ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ କରିବା ପରେ ବିଧି ଅନୁସାରେ ମନ୍ଦିରରେ ବିବାହ କରିବାକୁ ମନସ୍ଥ କରିଥିଲେ।
Published By: Chikun – Prameya-News7 Bureau | June 03, 2026 10:56 PM
NEWS7
ବାଲେଶ୍ବର: ମନ୍ଦିରରେ ବିବାହ ପାଇଁ ହୋଇଥିଲା ସବୁ ଆୟୋଜନ। ପୁରୋହିତଙ୍କ ମନ୍ତ୍ର ପାଠ ସହ ଆରମ୍ଭ ହୋଇଥିଲା ବିବାହ। ହେଲେ ହଠାତ୍ ପଶି ଆସିଲେ ବର ପକ୍ଷର କିଛି ଲୋକେ। ଏହି ବିବାହ ହୋଇପାରିବନି ବୋଲି କହି ବରକୁ ମତାଇଥିଲେ। ଶେଷରେ ବର ବି ବାହାଘର ଅଧାରୁ ବେଦୀରୁ ଉଠି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରାଧା କୃଷ୍ଣ ମନ୍ଦିରରେ।
ସୂଚନା ଅନୁସାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ଥିଲା ୩ ବର୍ଷର ପ୍ରେମ ସମ୍ପର୍କ। ଉଭୟ ୩ ମାସ ହେବ ଘର ଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ମଧ୍ୟ ରହୁଥିଲେ। ବୁଧବାର ଉଭୟଙ୍କ ସହମତିରେ ରେଜିଷ୍ଟ୍ରି ବିବାହ କରିବା ପରେ ବିଧି ଅନୁସାରେ ମନ୍ଦିରରେ ବିବାହ କରିବାକୁ ମନସ୍ଥ କରିଥିଲେ। ହେଲେ ବିବାହ ଚାଲିଥିବା ବେଳେ ବର ପକ୍ଷରୁ କିଛି ବ୍ୟକ୍ତି ମନ୍ଦିର ଭିତରେ ଧସେଇ ପଶି ବରକୁ ନେଇ ଯିବାକୁ ଉଦ୍ୟମ କରିବା ସହ ବର ମନକୁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ ।
Also Read: ଚୋରି କରିବାକୁ ଆସି, ମନ୍ଦିରରେ ନିଦରେ ଘୁଙ୍ଗୁଡ଼ି ମାରୁଛି ଚୋର…
ଏମିତିରେ ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଏପଟେ ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ବିବାହ ଧରିବାକୁ ଜିଦ୍ ଧରିବସିଥିବା ବେଳେ, ବଢ଼ିଲା ଝିଅ ଘରୁ ପାଦ କାଢିଲା ପରେ ପୁଣି, ଅଧା ବିବାହରୁ ଘରକୁ ନେଇ ଯିବେ ସେନେଇ ଚିନ୍ତାରେ କନ୍ୟା ପରିବାର। ଅନ୍ୟପଟେ ବର ପରିବାର ବିବାହକୁ ଆଦୌ ଗ୍ରହଣ କରିନାହାଁନ୍ତି। ଏମିତିରେ ଉଭୟ ପକ୍ଷକୁ ନେଇ ସହଦେବ ଖୁଣ୍ଟା ଥାନା ପୁଲିସ ତଦନ୍ତ ଜାରି ରଖିଛି।




