ତିନି ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି, ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା
Published By: Deepak – Prameya-News7 Bureau | January 31, 2026 08:45 PM
NEWS7
ଭୁବନେଶ୍ଵର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର। ଏହି ତିନି ଆଇଏଏସ ହେଉଛନ୍ତି ଶାଶ୍ଵତ ମିଶ୍ର, ବିଶାଳ ଦେବ ଓ ଉଷା ପାଢ଼ୀ। ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତି ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
Updating…
Tags: prameyanews7




