ତାମିଲନାଡୁ ବିଜେପି ସଭାପତିଙ୍କ ମନ୍ତବ୍ୟ କଲା ଜଟିଳ: ଅନ୍ନାମଲାଇ ଇସ୍ତଫା ଦେଇ ନାହାନ୍ତି, ନୂଆ ଦଳ ଖବର ମିଛ

ତାମିଲନାଡୁ-ବିଜେପି-ସଭାପତିଙ୍କ-ମନ୍ତବ୍ୟ-କଲା-ଜଟିଳ:-ଅନ୍ନାମଲାଇ-ଇସ୍ତଫା-ଦେଇ-ନାହାନ୍ତି,-ନୂଆ-ଦଳ-ଖବର-ମିଛ

ତାମିଲନାଡୁ ବିଜେପି ସଭାପତିଙ୍କ ମନ୍ତବ୍ୟ କଲା ଜଟିଳ: ଅନ୍ନାମଲାଇ ଇସ୍ତଫା ଦେଇ ନାହାନ୍ତି, ନୂଆ ଦଳ ଖବର ମିଛ

ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନ କହିଛନ୍ତି ଯେ ଅନ୍ନାମଲାଇଙ୍କ ବିଜେପି ଛାଡିବା ଖବର ଭିତ୍ତିହୀନ ଓ କପୋଳ କଳ୍ପିତ। ସେପଟେ ସୂତ୍ରଙ୍କ ଅନୁସାରେ ନୂଆ ରାଜନୈତିକ ପାର୍ଟି ରେଜିଷ୍ଟ୍ରେସନ କରିବା ଅଥବା କୌଣସି ପଞ୍ଜିକୃତ ପାର୍ଟିର ଭିତ୍ତିଭୂମି ହାସଲ ନିମନ୍ତେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି।

Published By: Biswanath – Prameya-News7 Bureau | June 04, 2026 09:42 PM

NEWS7

gfx

ଚେନ୍ନାଇ: ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନ ଗୁରୁବାର ଅନ୍ନାମଲାଇଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଜାରି ଅଟକଳକୁ ସମାପ୍ତ କରିବା ପାଇଁ ଉଦ୍ୟମରେ କହିଛନ୍ତି ଯେ ପୂର୍ବତନ ପ୍ରଦେଶ ସଭାପତି ନା ତ ପାର୍ଟିରୁ ଇସ୍ତଫା ଦେଇଛନ୍ତି ନା କାହା ସହିତ କୌଣସିଠାରେ ନୂଆ ରାଜନୈତିକ ଦଳ ଗଢିବା ପାଇଁ କଥା ହୋଇଛନ୍ତି। ନାଗେନ୍ଦ୍ରନ କହିଛନ୍ତି ଯେ ଅନ୍ନାମଲାଇଙ୍କ ବିଜେପି ଛାଡିବା ଖବର ଭିତ୍ତିହୀନ ଓ କପୋଳ କଳ୍ପିତ। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସହ ମୋର କୌଣସି ମତପାର୍ଥକ୍ୟ ମଧ୍ୟ ନାହିଁ। ବିଜେପି ସଭାପତି ଭାବେ ମୋତେ ତାଙ୍କଠାରୁ କୌଣସି ଇସ୍ତଫା ପତ୍ର ପ୍ରାପ୍ତ ହୋଇନି।

ଅନ୍ନାମଲାଇଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇ ନାଗେନ୍ଦ୍ରନ କହିଛନ୍ତି ଯେ ତାଙ୍କ ଇସ୍ତଫା ଖବର ମିଥ୍ୟା ଓ ନିରାଧାର କେବଳ ଏକ ଗୁଜବ। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ ଆଲୋଚନା ପରେ ଅନ୍ନାମଲାଇଙ୍କ ଭବିଷ୍ୟତକୁ ନେଇ ଜାରି ଅଟକଳରେ ଏହି ସ୍ପଷ୍ଟିକରଣ ଆସିଛି। ବିଜେପି ଅମିତ ଶାହଙ୍କ ସହ ଅନ୍ନାମଲାଇଙ୍କ ସାକ୍ଷାତ ନେଇ ଅଧିକାରୀକ ଭାବେ ଏ ପର୍ଯ୍ୟନ୍ତ କୌଣସି ବୟାନ ଜାରି କରିନାହିଁ। ଏଣୁ ପୂର୍ବତନ ଆଇପିଏସ ଅଫିସରଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ଏହି ଗୁଜବ ଅନ୍ନାମଲାଇ ଓ ବିଜେପି ନେତୃତ୍ୱର କିଛି ବର୍ଗଙ୍କ ମଧ୍ୟରେ ତାମିଲନାଡୁରେ ପାର୍ଟିର ରଣନୀତିକୁ ନେଇ ଦୀର୍ଘ ସମୟରୁ ଚାଲି ଆସିଥିବା ମତପାର୍ଥକ୍ୟ ପରେ ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମକେ ସହିତ ବିଜେପି ମେଣ୍ଟକୁ ପୁନର୍ଜୀବିତ କରିବା ପାଇଁ ନିଷ୍ପତ୍ତିରେ ଅନ୍ନାମଲାଇ ଖୁସି ନଥିଲେ। କୁହାଯାଉଛି ସେ ମେଣ୍ଟ ଉପରେ ନିର୍ଭର ନ ରହି ରାଜ୍ୟରେ ବିଜେପିକୁ ଏକ ସ୍ୱତନ୍ତ୍ର ରାଜନୈତିକ ଶକ୍ତି ରୂପେ ସ୍ଥାପିତ କରିବାକୁ ଚାହୁଁଥିଲେ, ତେବେ କେନ୍ଦ୍ରୀୟ ନେତୃତ୍ୱ ଡିଏମକେ ବିରୋଧୀ ବ୍ୟାପକ ମେଣ୍ଟକୁ ପ୍ରାଥମିକତା ଦେଇଥିଲା।

ତେବେ ଅନ୍ନାମଲାଇଙ୍କ ନିକଟତମ ସୂତ୍ରଙ୍କ ଅନୁସାରେ ୟଙ୍ଗ ପ୍ରଫେସନାଲ, ପ୍ରଥମ ଥର ରାଜନୀତିକୁ ଆସୁଥିବା ପ୍ରାର୍ଥୀ ଓ ଏବେକା ପାର୍ଟିଙ୍କ ଉପରେ ଅସନ୍ତୁଷ୍ଟ ଭୋଟରଙ୍କ ଏକ ବଡ ବର୍ଗ ରାଜନୈତିକ ରୂପେ ପ୍ରତିନିଧିତ୍ୱ ବିହୀନ ଅଛନ୍ତି। ତାଙ୍କ କହିବା ଅନୁସାରେ ଏକ ନୂଆ ମଞ୍ଚ ସବୁ ରାଜନୈତିକ ଦଳଙ୍କ ସମର୍ଥନ ଆକର୍ଷିତ କରିବ ବୋଲି ମୋର ବିଶ୍ୱାସ। ଏହି ସୂତ୍ରଙ୍କ ଅନୁସାରେ ନୂଆ ରାଜନୈତିକ ପାର୍ଟି ରେଜିଷ୍ଟ୍ରେସନ କରିବା ଅଥବା କୌଣସି ପଞ୍ଜିକୃତ ପାର୍ଟିର ଭିତ୍ତିଭୂମି ହାସଲ ନିମନ୍ତେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏଥି ପାଇଁ ଏକ ସାମାଜିକ ସଙ୍ଗଠନକୁ ରାଜନୈତିକ ପ୍ରାରମ୍ଭ ପୂର୍ବରୁ ସମ୍ଭାବିତ ପଦକ୍ଷେପ ରୂପେ ବିଚାରାଧୀନ ରଖାଯାଇଥିବା କୁହାଯାଉଛି।

ନିକଟରେ ଅନ୍ନାମଲାଇ ସିବିଏସଇ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ କେନ୍ଦ୍ର ଦ୍ୱାରା ତ୍ରି-ଭାଷୀ ଫର୍ମୂଲାର କର୍ଯ୍ୟକାରୀତାକୁ ନେଇ ଚିନ୍ତା ବ୍ୟକ୍ତ  କରିଥିବା ବେଳେ ତାଙ୍କର ଦଳ ଛାଡିବା ଅଟକଳ ଆହୁରି ବଢି ଯାଇଛି। ସେ କହିଥିଲେ ଯେ ଏହି ପଦକ୍ଷେପ ଯୋଗୁ ତାମିଲନାଡୁରେ ଅଭିଭାବକ ଓ ଛାତ୍ରଙ୍କ ମନରେ ଚିନ୍ତା ସୃଷ୍ଟି ହୋଇଛି। ତାଙ୍କର ଏହି ଟିପ୍ପଣୀକୁ ପୂର୍ବତନ ରାଜ୍ୟ ବିଜେପି ସଭାପତିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ସମ୍ପର୍କିତ କୌଣସି ପଦରୁ ସାର୍ବଜନିକ ରୂପେ ନିଜକୁ ପୃଥକ କରିବାର ଏକ ବିରଳ  ଉଦାହରଣ ରୂପେ ଦେଖା ଯାଉଛି।  

Scroll to Top