ତାମିଲନାଡ଼ୁ ବିଜେପିରେ ଇସ୍ତଫାର ଝଡ଼, ଆନ୍ନାମଲାଇଙ୍କ ପରେ ଦଳ ଛାଡ଼ିଲେ ପ୍ରଦେଶ ଉପାଧ୍ୟକ୍ଷ ଓ ସମ୍ପାଦକ

ତାମିଲନାଡ଼ୁ-ବିଜେପିରେ-ଇସ୍ତଫାର-ଝଡ଼,-ଆନ୍ନାମଲାଇଙ୍କ-ପରେ-ଦଳ-ଛାଡ଼ିଲେ-ପ୍ରଦେଶ-ଉପାଧ୍ୟକ୍ଷ-ଓ-ସମ୍ପାଦକ

ତାମିଲନାଡ଼ୁ ବିଜେପିରେ ଇସ୍ତଫାର ଝଡ଼, ଆନ୍ନାମଲାଇଙ୍କ ପରେ ଦଳ ଛାଡ଼ିଲେ ପ୍ରଦେଶ ଉପାଧ୍ୟକ୍ଷ ଓ ସମ୍ପାଦକ

ଆନ୍ନାମଲାଇ ବିଜେପି ଛାଡ଼ିବା ପରେ ତାମିଲନାଡ଼ୁ ପଦ୍ମ ଦଳରେ ଇସ୍ତଫାର ଝଡ଼ ସୃଷ୍ଟି ହୋଇଛି । ରାଜ୍ୟରେ ଦଳ ଭିତରେ ଫାଟ ସୃଷ୍ଟି ହେଉଥିବା ସ୍ପଷ୍ଟ ନଜର ଆସୁଛି । ଦଳର ରାଜ୍ୟ ସମ୍ପାଦକ ଭେଙ୍କଟେଶ ଇସ୍ତଫା ଦେଇଛନ୍ତି । ବିଜେପି ତାମିଲନାଡ଼ୁର ରାଜ୍ୟ ଉପାଧ୍ୟକ୍ଷ କରୁ ନାଗରାଜନ ମଧ୍ୟ ପାର୍ଟି ଛାଡ଼ିବା ପାଇଁ ଘୋଷଣା କରିଛନ୍ତି ।

Published By: Ajit – Prameya-News7 Bureau | June 05, 2026 09:04 PM

NEWS7

ANNAMALAI

ନୂଆଦିଲ୍ଲୀ: ଆନ୍ନାମଲାଇ ବିଜେପି ଛାଡ଼ିବା ପରେ ତାମିଲନାଡ଼ୁ ପଦ୍ମ ଦଳରେ ଇସ୍ତଫାର ଝଡ଼ ସୃଷ୍ଟି ହୋଇଛି । ରାଜ୍ୟରେ ଦଳ ଭିତରେ ଫାଟ ସୃଷ୍ଟି ହେଉଥିବା ସ୍ପଷ୍ଟ ନଜର ଆସୁଛି । ଦଳର ରାଜ୍ୟ ସମ୍ପାଦକ ଭେଙ୍କଟେଶ ଇସ୍ତଫା ଦେଇଛନ୍ତି । ବିଜେପି ତାମିଲନାଡ଼ୁର ରାଜ୍ୟ ଉପାଧ୍ୟକ୍ଷ କରୁ ନାଗରାଜନ ମଧ୍ୟ ପାର୍ଟି ଛାଡ଼ିବା ପାଇଁ ଘୋଷଣା କରିଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ରାଜ୍ୟ ବିଜେପିର ୧୪ ଜଣ ପଦାଧିକାରୀ ମଧ୍ୟ ଇସ୍ତଫା ପତ୍ର ପଠାଇଛନ୍ତି । ପଦାଧିକାରୀଙ୍କ ଉସ୍ତଫା ରାଜ୍ୟରେ ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ହଲଚଲକୁ ତୀବ୍ର କରିଛି ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଶୁକ୍ରବାର ତାମିଲନାଡ଼ୁର ବିଜେପିର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲାଇ ପାର୍ଟିରୁ ଇସ୍ତଫା ଦେଇଥିଲେ । ସୂଚନା ଅନୁସାରେ କରୁ ନାଗରାଜନ ବିମାନ ବନ୍ଦରରେ କେ.ଆନ୍ନାମଲାଇଙ୍କୁ ସାକ୍ଷାତ କରିବେ ।

This is my humble intimation to all 👃👃👃 pic.twitter.com/mHpAtDHNml

— Sumathi Venkatesh (மோடியின் குடும்பம்) (@SumathiVenkat18) June 5, 2026

ଇସ୍ତଫା ପରେ ଆନ୍ନାମଲାଇ ଘୋଷଣା କରିଥିଲେ ଯେ ସେ ତାମିଲନାଡୁରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରୁଛନ୍ତି । ଦଳ ଛାଡିବା ପରେ ସେ କହିଥିଲେ, “ମୁଁ ଲୋକଙ୍କ ମଧ୍ୟରେ ରହିବାକୁ ଏବଂ ସେମାନଙ୍କ ସହିତ କାମ କରିବାକୁ ଚାହୁଁଥିଲି । ମୁଁ ଦୃଢ଼ ଭାବରେ ଚାହୁଁଥିଲି ଯେ ବିଜେପି ତାମିଲନାଡୁରେ ପ୍ରତ୍ୟେକ ନିର୍ବାଚନ ନିଜେ ଲଢ଼ୁ ।”

ଅନ୍ନାମଲାଇ ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ ଅବସର ନେଉନାହାନ୍ତି । ସେ ଏକ ତୃଣମୂଳସ୍ତରୀୟ ରାଜନୈତିକ ଆନ୍ଦୋଳନ ଆରମ୍ଭ କରୁଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କର ନୂତନ ଆନ୍ଦୋଳନ, “ଆନ୍ନାମଲାଇ ମକ୍କଲ୍ ଇୟକ୍କମ୍” ଘୋଷଣା କରିଛନ୍ତି ।

ସେ ଏକ୍ସରେ ଲେଖିଛନ୍ତି, “ଅନ୍ନାମଲାଇ ମକ୍କଲ୍ ଇୟକ୍କମରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ ୩,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ପଞ୍ଜୀକରଣ କରିଛନ୍ତି । ଜନସାଧାରଣଙ୍କ ବିଶ୍ୱାସ ଏବଂ ଉତ୍ସାହ ଆମର ଆଶାଠାରୁ ବହୁତ ଅଧିକ । ଆମର ଦଳ ଆଗାମୀ ଦିନରେ ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କ ସହିତ ଯୋଗାଯୋଗ କରିବ । ଆପଣଙ୍କ ସମର୍ଥନ ଏବଂ ସହଯୋଗ ପାଇଁ ପୁଣି ଥରେ ଧନ୍ୟବାଦ ।”

Scroll to Top