ତଳବନ୍ଧ ଗାଁରେ ଅଘଟଣ, ବାପା-ମାଆଙ୍କୁ ନୃଶଂସ ଭାବେ ହାଣିଲା ପୁଅ
Published By: Kirti – Prameya-News7 Bureau | October 22, 2025 07:46 AM
NEWS7
ଚାନ୍ଦବାଲି ୨୨।୧୦ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁରେ ଅଘଟଣ । ବାପା-ମାଆଙ୍କୁ ଅତି ନୃଶଂସ ଭାବେ ହାଣିଛି ପୁଅ । ଗୁରୁତର ଅବସ୍ଥାରେ ବାପା-ମାଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ବାପା-ମାଆଙ୍କ ସହିତ ପୁଅର ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ଅତି ନୃଶଂସ ଭାବେ ବୃଦ୍ଧ ବାପା-ମାଆଙ୍କୁ ହାଣିଛି। ଯେଉଁଥିରେ ବାପା-ମାଆ ଗୁରୁତର ହୋଇଥିଲେ । ପ୍ରଥମେ ଉଭୟଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆକ୍ରମଣ କରିଥିବା ପୁଅ ହେଉଛି ମନୋଜ ନାୟକ ।
ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ତେବେ ଆକ୍ରମଣରେ ଗୁରୁତର ହୋଇଥିବା ବୃଦ୍ଧ ପିତା ମଧୁସୁଦନ ନାୟକ ଓ ମାଆ ମାଧୁରୀ ନାୟକଙ୍କ ଚିକିତ୍ସା ଏବେ ଜାରି ରହିଛି ।




