ଡ୍ୟାନ୍ସ ଗ୍ରୁପ୍ର କଳାକାରଙ୍କୁ ଆକ୍ରମଣ ଓ ଲୁଟ୍ : ଦୁଇ ଅଭିଯୁକ୍ତ ଗିରଫ
ତିଗିରିଆ ଥାନା ଅନ୍ତର୍ଗତ ବଡନାଉପୁଟରେ ରେମୋ ଡ୍ୟାନ୍ସ ଗ୍ରୁପ୍ର କଳାକାର ମାନଙ୍କ ଉପରେ ଆକ୍ରମଣ । ଦୁଇ ଅଭିଯୁକ୍ତକୁ ଗିରଫ କଲା ତିଗିରିଆ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଙ୍କି ଥାନା ଅନ୍ତର୍ଗତ ବାଉଁଶପୁଟ ଗ୍ରାମର ଜୀବନ ସେଠୀ ଓ ପାଳପୁଟ ଗ୍ରାମର ଦୀପୁ ରଞ୍ଜନ ପରିଡା ।
Published By: Ruby – Prameya-News7 Bureau | February 06, 2026 04:19 PM
NEWS7
ଆଠଗଡ଼ ୬।୨: ଡ୍ୟାନ୍ସ ଗ୍ରୁପ୍ର କଳାକାରଙ୍କ ଉପରେ ଆକ୍ରମଣ ଓ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ତିଗିରିଆ ପୋଲିସ । ତିଗିରିଆ ଥାନା ଅନ୍ତର୍ଗତ ବଡନାଉପୁଟରେ ରେମୋ ଡ୍ୟାନ୍ସ ଗ୍ରୁପ୍ର କଳାକାର ମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଙ୍କି ଥାନା ଅନ୍ତର୍ଗତ ବାଉଁଶପୁଟ ଗ୍ରାମର ଜୀବନ ସେଠୀ ଓ ପାଳପୁଟ ଗ୍ରାମର ଦୀପୁ ରଞ୍ଜନ ପରିଡା ।
ଏ ଖବର ବି ପଢ଼ନ୍ତୁ:-ଥମୁନି ବର୍ବରତା: ପଢିବାକୁ ଯାଇଥିଲା ଝିଅ, ସଂଜ୍ଞାହୀନ ଅବସ୍ଥାରେ ହେଲା ଉଦ୍ଧାର
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଶୁଣ୍ଠିପାଳ ଗ୍ରାମରେ ଗତ ଦୁଇ ଦିନ ତଳେ ଅର୍ଥାତ୍ ୩ ତାରିଖ ଦିନ ସକାଳେ ଡ୍ୟାନ୍ସ ଗ୍ରୁପ୍ର ସଦସ୍ୟ ମାନେ ପ୍ରୋଗ୍ରାମ ସାରି ଘରକୁ ଫେରୁଥିଲେ । ୩ଟି ବାଇକ୍ରେ ୬ରୁ ଉର୍ଦ୍ଧ୍ବ ଯୁବକ ଆସି ବଡନାଉପୁଟ ନିକଟରେ ମଝି ରାସ୍ତାରେ ଗାଡି ଅଟକାଇ ଗ୍ରୁପ୍ର ଝିଅମାନଙ୍କୁ ଅସଦାଚରଣ କରିବା ସହିତ ସମସ୍ତ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ୩୦ ହଜାର ଟଙ୍କା, ସୁନା ଚେନ୍ ଓ ଅନ୍ୟ ସାମଗ୍ରୀ ଲୁଟ୍ କରି ନେଇଥିବା ତିଗିରିଆ ଥାନାରେ ଅଭିଯୋଗ ହୋଇଥିଲା । ମରଣାନ୍ତକ ଆକ୍ରମଣ ସମୟର ଭିଜୁଆଲ ଭାଇରାଲ୍ ମଧ୍ୟ ହୋଇଥିଲା । ତେବେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ କଳାକାର ମହାସଂଘର ୨୦ରୁ ଉର୍ଦ୍ଧ୍ବ ସଦସ୍ୟ ତିଗିରିଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ତାଙ୍କ ନିଜ ଗ୍ରାମରେ ଚଢ଼ାଉ କରି ଗିରଫ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଇପସିତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି l




