ଡ୍ରେନ୍‌ରୁ ମିଳିଲା ଯୁବକଙ୍କ ଉଲଗ୍ନ ମୃତଦେହ, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ !

ଡ୍ରେନ୍‌ରୁ-ମିଳିଲା-ଯୁବକଙ୍କ-ଉଲଗ୍ନ-ମୃତଦେହ,-ହତ୍ୟା-ପରେ-ଫିଙ୍ଗି-ଦେଇଥିବା-ସନ୍ଦେହ-!

ଭଦ୍ରକ ୧୮।୦୪ : ରାସ୍ତାକଡ଼ରେ ପଡ଼ିଛି ଯୁବକଙ୍କ ମୃତଦେହ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ମିଳିଛି ଯୁବକଙ୍କ ଉଲଗ୍ନ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ନିକଟରୁ ମୃତଦେହ ମିଳିଛି । ଡ୍ରେନ୍ରେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଛାନ୍ଭିନ୍ ଜାରି ରଖିଛି ।

Also Read:-ପଦାକୁ ଆସିଲା IPL Ticketକୁ ନେଇ କାରନାମା, ୬୦୦ ଟଙ୍କିଆ ଟିକେଟର ଦାମ୍ ହୋଇଗଲା ୧୯ ହଜାର

ସେପଟେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ମୃତ୍ୟୁ କିପରି ହେଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ହତ୍ୟା ପରେ କିଏ ଡ୍ରେନ୍ରେ ଫିଙ୍ଗି ଦେଇଛି ନା କୌଣସି ଅଘଟଣ ଲାଗି ଯୁବକଙ୍କ ମୃତ୍ୟୁ ଘଟିଛି । ଏସବୁ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।

Scroll to Top