- ୱାସିଂଟନ ନ୍ୟାସନାଲ ମଲରେ ଲାଗି ଡୋନାଲ୍ଡ ଟ୍ରମ୍ପ ଓ ଜେଫରୀ ଏପଷ୍ଟିନଙ୍କ ଯୁଗଳ ମୂର୍ତ୍ତି
- ଫିଲ୍ମ ଟାଇଟନିକର ଆଇକନିକ ପୋଜରେ ଦେଖାଯାଉଛନ୍ତି ଟ୍ରମ୍ପ ଓ ଏପଷ୍ଟିନ
- ଅଜ୍ଞାତ କଳାକାରଙ୍କ ସମୂହ ‘ସିକ୍ରେଟ ହ୍ୟାଣ୍ଡସେକ୍’ ଏହି ମୂର୍ତ୍ତି ସ୍ଥାପନା କରିଛି
ୱାସିଂଟନ ୧୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ କୁଖ୍ୟାତ ଯୌନ ତସ୍କର ଜେଫରୀ ଏପଷ୍ଟିନଙ୍କ ଏକ ଯୁଗଳ ମୂର୍ତ୍ତି ଯୁକ୍ତ ରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ୱାସିଂଟନ ସହରର ପ୍ରସିଦ୍ଧ ସାର୍ବଜନିକ ସ୍ଥଳ ନ୍ୟାସନାଲ ମଲ ନିକଟରେ ଅଜ୍ଞାତ କଳାକାରଙ୍କ ସମୂହ ‘ସିକ୍ରେଟ ହ୍ୟାଣ୍ଡସେକ୍’ ସ୍ଥାପନା କରିଛନ୍ତି। ଏହା ଏପରି ସମୟରେ କରାଯାଇଛି ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଛି। ଏହି ଷ୍ଟାଚ୍ୟୁର ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇ ଯାଇଛି।
ଖବର ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଫରୀ ଏପଷ୍ଟିନ ମୂର୍ତ୍ତିର ପ୍ରେରଣା ରୋଜ ଓ ଜ୍ୟାକ୍ ଙ୍କ ପ୍ରସିଦ୍ଧ ଟାଇଟନିକ ପୋଜ୍ ରୁ ନିଆଯାଇଛି। ୱାସିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ ଷ୍ଟାଚ୍ୟୁର ଆଧାରରେ ‘କିଙ୍ଗ ଅଫ ଦି ୱାର୍ଲଡ’ ଲେଖା ଯାଇଛି। ଯାହା ଟାଇଟନିକ ଫିଲ୍ମର ଲୋକପ୍ରିୟ ସଂଳାପ ଆଡକୁ ଇଂଗିତ କରୁଛି। ଏହି ଷ୍ଟାଚ୍ୟୁ ତଳେ ଥିବା ପଟିରେ ବ୍ୟାଙ୍ଗାତ୍ମକ ବାର୍ତ୍ତା ମଧ୍ୟ ଦିଆଯାଇଛି। ଏଥିରୁ ଷ୍ଟାଚ୍ୟୁକୁ ଟ୍ରମ୍ପ ଓ ଏପଷ୍ଟିନଙ୍କ ମଧ୍ୟରେ ନିକଟତାକୁ ବ୍ୟାଙ୍ଗ କରାଯାଇଥିବା କୁହାଯାଉଛି।
वॉशिंगटन डीसी के नेशनल मॉल में डोनाल्ड ट्रंप और जेफ्री एपस्टीन की ‘टाइटैनिक मुद्रा’ वाली मूर्ति लगा दी गई है।
एपस्टीन फाइलों में दुनिया के कई ताकतवर लोगों के नाम आ चुके हैं।कहा जाता है कि भारत से भी कुछ “महान नेताओं” के नाम जुड़े हैं—क्या उनकी भी ऐसी ही मूर्तियां लगनी चाहिए? pic.twitter.com/HKdfujwpa1
— Sachin Chahal 🚜 (@SachinSChahal) March 11, 2026
ଏହି ମୂର୍ତ୍ତିରେ କୁଖ୍ୟାତ ଯୌନ ଅପରାଧୀ ଜେଫରି ଏପଷ୍ଟିନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଆଡକୁ ପିଠି କରି ଛିଡା ହୋଇଥିବାର ଓ ରାଷ୍ଟ୍ରପତି ଟ୍ରମ୍ପ ଏପଷ୍ଟିନର ମୁହଁକୁ ଚାହିଁ ହସୁଥିବା ଦେଖାଯାଉଛି। ମୂର୍ତ୍ତିର ଏହି ପୋଜ ପ୍ରସିଦ୍ଧ ଫିଲ୍ମ ଟାଇଟନିକରୁ ନିଆଯାଇଛି। ରିପୋର୍ଟ ଅନୁସାରେ ‘ଏପଷ୍ଟିନ ଫାଇଲ’ ସହ ରହିଛି। ଏହାର କାରଣ ଏହା ଯେ କୁଖ୍ୟାତ ଯୌନ ଆପରାଧୀ ଜେଫରୀ ଏପଷ୍ଟିନ କଥିତ ରୂପେ ଅନେକ ଯୁବତୀଙ୍କୁ ଯୌନଉତ୍ପୀଡନ କରିଥିଲା। ଏଥିରେ ଅନେକ ବଡ଼ ନାମ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଙ୍କ ନାମ ମଧ୍ୟ ରହିଛି।
ଏହି ଷ୍ଟାଚ୍ୟୁକୁ ନ୍ୟାସନାଲ ମଲରେ ଏପରି ସମ୍ବେଦନଶୀଳ ସମୟରେ ସ୍ଥାପନା କରାଯାଇଛି ଯେତେବେଳେ ଆମେରିକା ଓ ଇସ୍ରାଏଲର ଇରାନ ସହ ଉତ୍ତେଜନା ବଢିବଢି ଚାଲିଛି। ଏହି ସଂଘର୍ଷର ପ୍ରଭାବ ଅନେକ ଉପସାଗରୀୟ ଦେଶଙ୍କ ଉପରେ ମଧ୍ୟ ପଢିଛି। ଯୁଦ୍ଧରେ ଉପସଗାରୀୟ ଦେଶମାନେ ସାମିଲ ହୋଇଥିବା ବେଳେ ସେହିସବୁ ଦେଶରୁ ତୈଳ ଓ ପ୍ରାକୃତିକ ଗ୍ୟାସ ରପ୍ତାନୀ ଠପ ହୋଇଯାଇଛି। ଫଳରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ବ୍ୟାରଲ ପିଛା ଦର ବଢି ଚାଲିଥିବା ବେଳେ ବିଶ୍ୱ ଶକ୍ତି ସଂକଟର ସମ୍ମୁଖୀନ ହେବାକୁ ଯାଉଛି।




