ଡିସେମ୍ବର ୨୫ରୁ ରାଜ୍ୟରେ ଖୋଲିବ ମଣ୍ଡି, ୧୦୦ ମଡେଲ ମଣ୍ଡି ପାଇଁ ସରକାରଙ୍କ ଯୋଜନା

ଡିସେମ୍ବର-୨୫ରୁ-ରାଜ୍ୟରେ-ଖୋଲିବ-ମଣ୍ଡି,-୧୦୦-ମଡେଲ-ମଣ୍ଡି-ପାଇଁ-ସରକାରଙ୍କ-ଯୋଜନା

ଡିସେମ୍ବର ୨୫ରୁ ରାଜ୍ୟରେ ଖୋଲିବ ମଣ୍ଡି, ୧୦୦ ମଡେଲ ମଣ୍ଡି ପାଇଁ ସରକାରଙ୍କ ଯୋଜନା

Published By: Ruby – Prameya-News7 Bureau | November 19, 2025 12:53 PM

NEWS7

Mandi

ଭୁବନେଶ୍ବର ୧୯୧୧: ଆସନ୍ତା ଡିସେମ୍ବର୨୫ ତାରିଖରୁ ରାଜ୍ୟରେ ଖୋଲିବ ମଣ୍ଡି । ଧାନ ମଣ୍ଡି ଖୋଲିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଗୋଦାମ ଖାଲି ହେଲାଣିଯେବେ ଧାନ ରେଡି ହୋଇଯିବ ସେବେ ମଣ୍ଡି ଖୋଲିବ ।

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ । ୧୦୦ଟି ମଡେଲ ମଣ୍ଡି ପାଇଁ ସରକାର ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ OBCCକୁ ଟେଣ୍ଡର ଦିଆଯାଇଛି । ସେଥିପାଇଁ ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇସାରିଛନ୍ତି 

ଦ୍ବିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏମିତି ଦୁଇ ବର୍ଷ ଭିତରେ ୧୦୦ଟି ମଡେଲ ମଣ୍ଡି ସମ୍ପୂର୍ଣ୍ଣ ହେବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Scroll to Top