ଡିସେମ୍ବର ସୁଦ୍ଧା ବଳକା ଉଠାଇବ FCI, ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ

ଡିସେମ୍ବର-ସୁଦ୍ଧା-ବଳକା-ଉଠାଇବ-fci,-ପୂର୍ବରୁ-କେନ୍ଦ୍ର-କୃଷି-ମନ୍ତ୍ରୀଙ୍କୁ-ଦାବି-ଜଣାଇଥିଲେ-ଉପମୁଖ୍ୟମନ୍ତ୍ରୀ

Published By: Suvra – Prameya-News7 Bureau | October 24, 2025 12:18 PM

NEWS7

Deputy cm

ଭୁବନେଶ୍ବର ୨୪/ ୧୦: ଡିସେମ୍ବର ସୁଦ୍ଧା ବଳକା ଚାଉଳ ଉଠାଇବ ଏଫ୍‌ସିଆଇ । କିନ୍ତୁ ଉଷୁନା ଚାଉଳ ଉଠାଇବାକୁ ଅମଙ୍ଗ ହେଉଛି କେନ୍ଦ୍ର । ସେଥିପାଇଁ ରାଜ୍ୟରେ ଥିବା ରାଇସ ମିଲ୍‌ ଗୁଡିକୁ ଅଧିକ ଅରୁଆ ଚାଉଳ କରିବାକୁ ନିର୍ଦ୍ଦେଶ ଦେବ କୃଷି ବିଭାଗ ।ଏପରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ କେ.ଭି ସିଂ ଦେଓ । ସେ ଆହୁରି କହିଛନ୍ତି ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟି ବଳକା ଚାଉଳ ଉଠାଇବାକୁ ନିବେଦନ କରାଯାଇଥିଲା  । ଆଗକୁ ଅଧିକ ଅରୁଆ ଚାଉଳ ଦେବାକୁ ମିଲର୍‌ମାନଙ୍କୁ କୁହାଯିବ । ଚଳିତ ବର୍ଷ ଏଫ୍‌ସିଆ ୨୪ ମେଟ୍ରିକ ଟନ୍‌ ଚାଉଳ ଉଠାଇଥିବାବେଳେ ୧୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇବାକୁ ପଡି ରହିଥିବା କହିଛନ୍ତି କୃଷିମନ୍ତ୍ରୀ ।​​​​​​​

Scroll to Top