ଡାକ୍ତରଙ୍କ ଘରୁ ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ୩୦୦ କିଲୋ RDX ଜବତ

ଡାକ୍ତରଙ୍କ-ଘରୁ-ମିଳିଲା-ବିପୁଳ-ପରିମାଣର-ବିସ୍ଫୋରକ,-୩୦୦-କିଲୋ-rdx-ଜବତ

ନୂଆଦିଲ୍ଲୀ ୧୦/୧୧: ଜମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା । ବଡ଼ ଆତଙ୍କୀ ଯୋଜନା ପଣ୍ଡ ହୋଇଛି । ଫରିଦାବାଦରୁ ୩୦୦ କିଲୋ RDX ସହ AK-୪୭ ସହ ଗୋଳାବାରୁଦ ଜବତ ହୋଇଛି । ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଆଧାରରେ ପୋଲିସର ଚଢ଼ାଉ । ଆଦିଲ ଅହମ୍ମଦ ରାଠରକୁ ପୋଲିସର ପଚରାଉଚରା ପରେ ବଡ଼ ଖୁଲାସା । ଜମ୍ମୁ ପୋଲିସ ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି। 

ଅଧିକାରୀଙ୍କ ଅନୁଯାୟୀ, ଡାକ୍ତର ଜଣଙ୍କ ଭଡା ଘର ନେଇଥିଲେ। ପୋଲିସ ତାଙ୍କ ଘରୁ ପ୍ରାୟ ୩୦୦ କିଲୋ RDX, ଦୁଇଟି AK-47 ରାଇଫଲ୍, ୮୪ କାର୍ଟ୍ରିଜ୍ ଓ ରାସାୟନିକ ପଦାର୍ଥ ଜବତ କରିଛି। ଏକ ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୋଲିସ ସହିତ ମିଶି ଘରେ ଚଢାଉ କରିଥିଲା।

ସୂତ୍ର ଅନୁସାରେ, ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ । ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଡାକ୍ତର ଏହି ସଂଗଠନ ସହିତ ଜଡିତ ଥିଲେ। ଏହି ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ, ଆଦିଲ ଅହମ୍ମଦ ରାଥେର (ଅନନ୍ତନାଗର ବାସିନ୍ଦା) ଏବଂ ମୁଜାମ୍ମିଲ ଶକିଲ (ପୁଲୱାମାର ବାସିନ୍ଦା)ଙ୍କୁ ସାହାରାନପୁର ଏବଂ ଫରିଦାବାଦରୁ ଗିରଫ କରାଯାଇଇଛି । ତୃତୀୟ ଡାକ୍ତର ଜଣଙ୍କ ଏବେ ବି ଫେରାର୍ ଅଛନ୍ତି।
 

Scroll to Top