ଠୁଳ କରିଥିଲେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି : ସିନିୟର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ, ସ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ଠୁଳ-କରିଥିଲେ-କୋଟି-କୋଟି-ଟଙ୍କାର-ଆୟ-ବହିର୍ଭୂତ-ସମ୍ପତ୍ତି-:-ସିନିୟର-ଆସିଷ୍ଟାଣ୍ଟଙ୍କୁ-ଗିରଫ-କଲା-ଭିଜିଲାନ୍ସ,-ସ୍ତ୍ରୀଙ୍କ-ସମ୍ପୃକ୍ତି-ଅଭିଯୋଗ

ଠୁଳ କରିଥିଲେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି : ସିନିୟର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ, ସ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

Published By : Prameya-News7 Bureau | August 23, 2025 IST

କଟକ ୨୩।୮: ଗିରଫ ହେଲେ କୋଟିପତି କିରାଣୀ କିଶୋର ସାହାଣୀ । କଟକ ସିଟି ହସ୍ପିଟାଲର ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା କିଶୋର ପ୍ରାୟ ଦେଢ଼ କୋଟି ତାଙ୍କର ଯୁଜର୍ସ ଫି’ ହଡ଼ପ କରିଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ଏହା ବ୍ୟତୀତ ସେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । 

ଶୁକ୍ରବାର କିଶୋରଙ୍କ ଘର ସମେତ ୫ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଚଢ଼ାଉ ବେଳେ ୨ଟି ବୃହତ୍ତ ଅଟ୍ଟାଳିକା ଗୋଟିଏ ଫାର୍ମ ହାଉସ, ୧୯ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ଏସବୁ ବାଦ୍ ଆହୁରି ଅନେକ ସମ୍ପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟର ପ୍ରାୟ ୨୦୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଏସ୍‌ପି କହିଛନ୍ତି । 

ଏହି ହେରାଫେରିରେ କିଶୋରଙ୍କ ସ୍ତ୍ରୀ ସମ୍ପୃକ୍ତ ଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଟଙ୍କା ନାଁରେ ମଧ୍ୟ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ । ଆବଶ୍ୟକ ହେଲେ ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କୁହାଯାଇଛି । ୨୦୧୦ ରୁ ୨୦୧୬ ମଧ୍ୟରେ ସିଟି ହସ୍ପିଟାଲର ଯୁଜର୍ସ ଫି’ ବାବଦୀୟ ପ୍ରାୟ ୧ କୋଟି ୨୪ ଲକ୍ଷ ଟଙ୍କା କିଶୋର ହଡପ କରିଥିବାର ସଙ୍ଗୀନ ଆଭିଯୋଗ ରହିଛି ।

You Can Read:

ରାଜ୍ୟରେ ଅଛନ୍ତି ୭ ଲକ୍ଷ ବୁଲା ଏବଂ ୬୪ ହଜାର ପୋଷା କୁକୁର, ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top