ଠିକାଦାର ମହାସଂଘର ଚେତାବନୀ, ବାହାର ଠିକାଦାରଙ୍କୁ ରାଉରକେଲା ମନା
Published By: Kirti – Prameya-News7 Bureau | January 31, 2026 01:09 PM
NEWS7
ରାଉରକେଲା ୩୧।୦୧ : କଠୋର ହେଲା ରାଉରକେଲା ଠିକାଦାର ସଂଘ । ବାରମ୍ବାର ତାଗିଦ ଏବଂ ଅଭିଯୋଗ ପରେ ବି ଶୁଣିଲେନି କେହି । ଶେଷରେ ବାଧ୍ୟ ହୋଇ ଚରମ ନିଷ୍ପତ୍ତି ଶୁଣାଇଛନ୍ତି ରାଉରକେଲା ଠିକାଦାର ମହାସଂଘ ।
ରାଉରକେଲା ବସିଥିବା ମହାସଂଘର ଏକ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେଥିମଧ୍ୟରୁ ଗୋଟିଏ ନିଷ୍ପତ୍ତି ହେଉଛି କି, ଏଣିକି ଆଗକୁ ରାଉରକେଲା କୌଣସି ବାହାର ଠିକାଦାର କାମ କରିବେ ନାହିଁ । ଯଦି ସେମାନଙ୍କୁ କାମ ଦିଆଯିବ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ । ବାହାର ଜିଲ୍ଲାର ଠିକାଦାର ଲେସ୍ ପ୍ରାଇସ୍ରେ ଟେଣ୍ଡର ପକାଇ କାମ ହାତଉଛନ୍ତି। ଯାହାଫଳରେ ନିମ୍ନଧରଣର କାମ ହେଉଛି । ଏପିରିକି ସ୍ଥାନୀୟ ଠିକାଦାର ମାନେ ମଧ୍ୟ କାମ ପାଉନାହାନ୍ତି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ତାପରେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଶେଷରେ ବାଧ୍ୟ ହୋଇ ମହାସଂଘ ଏହି ନିଷ୍ପତ୍ତି ନେଇଛି ।




