ଟ୍ରେନ୍ରୁ କେମିତି ଖସିପଡିଲେ ଦୁଇ ଯୁବକ ? ଜଣେ ଫେରାର, ଜଣଙ୍କର ଭାଙ୍ଗିଲା ଗୋଡ଼
Published By: Ruby – Prameya-News7 Bureau | November 10, 2025 11:51 AM
NEWS7
ଖଲ୍ଲିକୋଟ ୧୦।୧୧: ଖଲ୍ଲିକୋଟ ଥାନା ଅନ୍ତର୍ଗତ କାଳିଜାଇ ଷ୍ଟେସନ ନିକଟରେ ଅଘଟଣ । ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ସୋମବାର ଭୋର ପ୍ରାୟ ୪ଟା ବେଳେ ବିଶାଖା ଏକ୍ସପ୍ରେସ୍ ଟ୍ରେନ୍ରୁ ଦୁଇ ଜଣ ଯୁବକ କୌଣସି କାରଣ ବଶତଃ ଖସିପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ହାତରେ ଆଘାତ ଲାଗିଥିବା ବେଳେ ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ । ଅନ୍ୟ ଜଣେ ଯୁବକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଯୁବକ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାଳିଜାଇ ଷ୍ଟେସନ ନିକଟରୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ବାଣପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ଯୁବକ ଦୁଇ ଜଣ ଟ୍ରେନ୍ରୁ କେମିତି ଖସିପଡିଲେ ତାହା ଏବେଯାଏଁ ସ୍ପଷ୍ଟ ଜଣାପଡିନାହିଁ




