ଟ୍ରମ୍ପ ପୋଷ୍ଟ ନେଇ ବିଶ୍ୱରେ ଚର୍ଚ୍ଚା: କହିଲେ, ଅପେକ୍ଷା କର ଋଷକୁ ନେଇ ବଡ଼ କିଛି ଘଟିବ

ଟ୍ରମ୍ପ-ପୋଷ୍ଟ-ନେଇ-ବିଶ୍ୱରେ-ଚର୍ଚ୍ଚା:-କହିଲେ,-ଅପେକ୍ଷା-କର-ଋଷକୁ-ନେଇ-ବଡ଼-କିଛି-ଘଟିବ

ନୂଆଦିଲ୍ଲୀଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ପରେ ରବିବାର ଟ୍ରମ୍ପ ଟ୍ରୁଥ୍‌ ସୋଶାଲ୍‌ରେ ଏକ କୌତୁହଳପୂର୍ଣ୍ଣ ପୋଷ୍ଟ କରିଛନ୍ତି। ଋଷ ସହିତ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହେଉଛି ବୋଲି ଟ୍ରମ୍ପ କହିଛନ୍ତି। ସେ ଲେଖିଛନ୍ତି “ଋଷକୁ ନେଇ ଏକ ବଡ଼ କଥା ଘଟିବାକୁ ଯାଉଛି। ଅପେକ୍ଷା କରନ୍ତୁ।”

ଟ୍ରମ୍ପଙ୍କର ଏହି ପୋଷ୍ଟରେ ଚାରିଆଡ଼େ ଏକ ଆଲୋଚନା ଆରମ୍ଭ ହୋଇଯାଇଛି। ୟୁ୍କ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟି ସମ୍ପର୍କରେ ଟ୍ରମ୍ପ ବଡ଼ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। କିଛିଦିନ ତଳେ ଟ୍ରମ୍ପଙ୍କ ରାଷ୍ଟ୍ରଦୂତ ଷ୍ଟିଭ ୱିଟକଫ୍ ଏନେଇ ସଂକେତ ଦେଇଥିଲେ। ୟୁକ୍ରେନକୁ ନାଟୋ ଷ୍ଟାଇଲରେ ସୁରକ୍ଷା ଗ୍ୟାରେଣ୍ଟି ଦେବା ପାଇଁ ପୁଟିନ୍ ଆମେରିକାକୁ ଓ ଏହାର ସହଯୋଗୀ ୟୁରୋପିୟନ ୟୁନିୟନକୁ ଅନୁମତି ଦେବା ନେଇ ସଂକେତ ଦେଇଛନ୍ତି ବୋଲି ଷ୍ଟିଭ୍ କହିଛନ୍ତି। 

ଆମେରିକା ଏବଂ ଅନ୍ୟ ୟୁରୋପୀୟମାନେ ଏକ ସୁରକ୍ଷା ଗ୍ୟାରେଣ୍ଟିରେ ଆର୍ଟିକଲ ୫ ପରି ସୁରକ୍ଷା ପ୍ରଦାନ ପାଇଁ ଆମେରିକା ଏକ ଏଗ୍ରୀମେଣ୍ଟ କରିବାକୁ ବ୍ୟବସ୍ଥା କରିଛି। ତେଣୁ ୟୁକ୍ରେନ୍‌କୁ ସୁରକ୍ଷା ଦିଆଯାଇପାରେ ବୋଲି କୁହାଯାଉଛି। 

ସୂଚନା ଥାଉକି ଶୁକ୍ରବାର ମୋଦୀ ଓ ପୁଟିନଙ୍କ ମଧ୍ୟରେ ଆଲାସ୍କାର ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ନେଇ ବୈଠକ ହୋଇଥିଲା। ଏଥିରେ କିନ୍ତୁ ଦୁଇ ନେତାଙ୍କ ମଧ୍ୟରେ କୌଣସି ଚୁକ୍ତି ଉପରେ ଦସ୍ତଖତ ହୋଇ ନଥିଲା। ତେଣୁ ୟୁରୋପ ଓ ଆମେରିକା ଋଷ ଉପରେ ଚାପ ପକାଇବା ପାଇଁ ୟୁ୍କ୍ରେନ୍‌କୁ ସୁରକ୍ଷା ଦେବା ନେଇ ଚିନ୍ତା କରୁଥାଇପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ ଏନେଇ ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି। 

ସେପଟେ ୟୁକ୍ରେନ୍‌ କିନ୍ତୁ କହିଛି ଯେ ତା ବିନା ଅନୁମତିରେ ସୀମା ସମ୍ପର୍କିତ କୌଣସି ବୁଝାମଣା ସେ ଋଷ ସହ କରିବ ନାହିଁ। ତେବେ ତ୍ରିପାକ୍ଷୀ ବୈଠକ ମାଧ୍ୟମରେ ସମାଧାନକୁ ୟୁକ୍ରେନ୍ ସ୍ୱାଗତ କରିଛି। ସୂଚନା ଥାଉକି ପୁଟିନଙ୍କ ସହ ଆଲୋଚନା କରିବା ପରେ ଜେଲେନସ୍କି ମଧ୍ୟ ସୋମବାର ଟ୍ରମ୍ପଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନା ପରେ ଟ୍ରମ୍ପ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। 

Scroll to Top