ଟ୍ରମ୍ପଙ୍କ ସହ ଟାରିଫ୍‌ ୱାର ମଧ୍ୟରେ ମୋଦି – ପୁଟିନଙ୍କ କଥାବାର୍ତ୍ତା , ଭାରତ ଆସିବାକୁ ରୁଷ୍‌ ରାଷ୍ଟ୍ରପତିଙ୍କୁ କଲେ ନିମନ୍ତ୍ରଣ

ଟ୍ରମ୍ପଙ୍କ-ସହ-ଟାରିଫ୍‌-ୱାର-ମଧ୍ୟରେ-ମୋଦି-–-ପୁଟିନଙ୍କ-କଥାବାର୍ତ୍ତା-,-ଭାରତ-ଆସିବାକୁ-ରୁଷ୍‌-ରାଷ୍ଟ୍ରପତିଙ୍କୁ-କଲେ-ନିମନ୍ତ୍ରଣ

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁକ୍ରବାର ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହ ଫୋନରେ କଥା ହୋଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରୁଷ୍‌-ୟୁକ୍ରେନ ଯୁଦ୍ଧ , ଭାରତ-ରୁଷ୍‌ ପାର୍ଟନରସିପ୍‌କୁ ଆହୁରି ନିବିଡ଼ କରିବା ପ୍ରସଙ୍ଗ ଉପରେ କଥାବାର୍ତ୍ତା ହୋଇଛି। ଏହି ଅବସରରେ , ପିଏମ୍‌ ମୋଦି ପୁଟିନଙ୍କୁ ଚଳିତ ବର୍ଷର ଶେଷରେ ଭାରତ ଆସିବାରୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। 

ଏହି କଥାବାର୍ତ୍ତା ବେଳେ ରୁଷୀୟ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ସମ୍ୱନ୍ଧିତ ସଦ୍ୟ ଘଟଣାକ୍ରମ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ପିଏମ ମୋଦି ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ ଆଭିମୁଖ୍ୟକୁ ଦୋହରାଇଛନ୍ତି। ଉଭୟ ନେତା ଭାରତ-ରୁଷ୍‌ ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ପାର୍ଟନରସିପ୍‌କୁ ଆହୁରି ପ୍ରଗାଢ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। 

ଅଫିସିଆଲି ବୟାନ ଅନୁସାରେ ,ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଚଳିତ ବର୍ଷର ଶେଷରେ ୨୩ତମ ଭାରତ-ରୁଷ୍‌ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ପିଏମ୍ ମୋଦି ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ପୁଟିନଙ୍କୁ ନିଜର ବନ୍ଧୁ କହି ସମ୍ୱୋଧିତ କରିଥିଲେ। ମୋଦି ଲେଖିଥିଲେ – ମୋ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ବହୁତ ଭଲ ଓ ବିସ୍ତୃତ ଆଲୋଚନା ହେଲା। ମୁଁ ୟୁକ୍ରେନ ଉପରେ ତାଜା ଘଟଣାକ୍ରମ ସେୟାର କରିବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ଥିଲି। ଆମେ ନିଜର ଦ୍ୱିପାକ୍ଷୀୟ ଏଜେଣ୍ଡାରେ ପ୍ରଗତିର ମଧ୍ୟ ସମୀକ୍ଷା କରିଥିଲୁ ଏବଂ ଭାରତ-ରୁଷ୍‌ ବିଶେଷ ଓ ବିଶେଷାଧିକାର ପ୍ରାପ୍ତ ରଣନୀତି ପାର୍ଟନରସିପ୍‌କୁ ଆହୁରି ନିବିଡ଼ କରିବାର ନିଜର ପ୍ରତିବଦ୍ଧତାକୁ ଦୋହରାଇ ଥିଲୁ। ମୁଁ ଚଳିତ ବର୍ଷର ଶେଷରେ ରାଷ୍ଟ୍ରପତି ପୁଟିନଙ୍କ ଭାରତରେ ସ୍ୱାଗତ କରିବାକୁ ଇତ୍ସୁକ ଅଛି। 

ଏହା ପୂର୍ବରୁ, ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ଗୁରୁବାରକୁ କ୍ରେମଲିନରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍‌କରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସହଯୋଗ ଉପରେ ଆଲୋଚନା କରିଥିଲେ। ରୁଷୀୟ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍‌ର ପ୍ରେସ୍‌ ସେବା ପକ୍ଷରୁ ସେୟାର କରାଯାଇ ଥିବା ଏକ ଭିଡ଼ିଓ କ୍ଲିପ୍‌ରେ ଡୋଭାଲ କଥାବାର୍ତ୍ତା ପୂର୍ବରୁ ପୁଟିନଙ୍କ ସହ ହାତ ମିଶାଇବାର ଦେଖା ଯାଉଥିଲା। ପୁଟିନ କ୍ରେମଲିନରେ ନିଜ ଗୃହରେ ଡୋଭାଲଙ୍କର ସୁନ୍ଦର ଭାବେ ସ୍ୱାଗତ କରି ଥିଲେ। ଡୋଭାଲ ବାହ୍ୟ ଚାପ ସତ୍ତ୍ୱେ ରୁଷ୍‌ ସହ ସବୁ ମୋର୍ଚ୍ଚାରେ ସହଯୋଗ ଜାରି ରଖିବାକୁ ନୂଆ ଦିଲ୍ଲୀର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।

Scroll to Top