- ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ୱାସିଂଟନ ଯୁଦ୍ଧ ଜିତି ସାରିଛି ବୋଲି କହିଥିଲେ
- ତେବେ ସେ ସ୍ପଷ୍ଟ କରିନଥିଲେ ଏହା କିପରି ହେବ ଓ ଏଥି ପାଇଁ ଇରାନ ସହମତ କି ନୁହେଁ?
- ପେଜେଶ୍କିୟନ ଜାରି ଯୁଦ୍ଧକୁ ସମାପ୍ତ କରିବାକୁ ୩ଟି ‘ସର୍ତ୍ତ’ ରଖିଛନ୍ତି
ତେହେରାନ ୧୨।୩: ଇରାନ ରାଷ୍ଟ୍ରପତି ମାସୂଦ ପେଜେଶ୍କିୟନ ଫେବୃଆରୀ ୨୮ରୁ ଜାରି ଆମେରିକା ଓ ଇସ୍ରାଏଲ ଯୁଦ୍ଧକୁ ସମାପ୍ତ କରିବାକୁ ତେହେରାନର ସର୍ତ୍ତ ରଖିଛନ୍ତି। ଏହା ଆମେରିକା ରାଷ୍ଟ୍ରପତିଙ୍କ ସେହି ଦାବି ପରେ ଆସିଛି ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ୱାସିଂଟନ ଯୁଦ୍ଧ ଜିତି ସାରିଛି ବୋଲି କହିଥିଲେ। ତେବେ ସେ ଏହା ବି କହିଥିଲେ ଯେ ମିସନ ପୁରା କରିବା ପାଇଁ ଆମେରିକା ସେନାକୁ କ୍ଷେତ୍ରରୁ ପ୍ରତ୍ୟାହାର କରାଯିବନି।
ବିଜୟ ଦାବି କରିଥିଲେ ଟ୍ରମ୍ପ
କେଣ୍ଟକୀର ହେବ୍ରୋନରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକା ସେନା ପୂର୍ବରୁ ବିଜୟ ହାସଲ କରିସାରିଛି। ଟ୍ରମ୍ପ କହିଥିଲେ ବିଜୟ ଘୋଷଣା ତରବରିଆ ଭାବେ ହୁଏନି। ହେଲେ ଆମେ ଜିତି ଯାଇଛୁ! ପ୍ରଥମ ଘଣ୍ଟାରେ ହିଁ ସବୁ କିଛି ସମାପ୍ତ ହୋଇଯାଇଥିଲା। ସେ ଇରାନର ନୌସେନା ଶକ୍ତି କୁ ଦଳି ଦିଆଯାଇଥିବା ଓ ତାର ସେନା ବାହିନୀର ସାମରିକ କ୍ଷମତାକୁ ଜୋରଦାର ଝଟକା ଲାଗି ଆମେରିକୀୟ ସେନାର ଉଚ୍ଚ ପ୍ରଶଂସା କରିଥିଲେ। ଟ୍ରମ୍ପ କହିଥିଲେ ଆମେ ଇରାନର ୫୮ ନୌସେନା ଜାହାଜକୁ ଧ୍ୱଂସ କରିଦେଇଛୁ।
Talking to leaders of Russia and Pakistan, I reaffirmed Iran’s commitment to peace in the region. The only way to end this war—ignited by the Zionist regime & US—is recognizing Iran’s legitimate rights, payment of reparations, and firm int’l guarantees against future aggression.
— Masoud Pezeshkian (@drpezeshkian) March 11, 2026
ଏହା ପରେ ଏକ ଭିନ୍ନ ବୟାନରେ ଟ୍ରମ୍ପ ପୃଥକ ଦାବି କରିଥିଲେ। କହିଥିଲେ ଯୁଦ୍ଧ ‘ଖୁବ୍ ଶୀଘ୍ର’ ସମାପ୍ତ ହୋଇଯିବ। ତେବେ ସେ ସ୍ପଷ୍ଟ କରିନଥିଲେ ଏହା କିପରି ହେବ ଓ ଏଥି ପାଇଁ ଇରାନ ସହମତ କି ନୁହେଁ?ସେହିପରି ଟ୍ରମ୍ପ ଏକ୍ସିୟୋସକୁ କହିଥିଲେ ଅଳ୍ପ ବହୁତେ.. ଯେବେ ମୁଁ ଚାହିଁବି ଯୁଦ୍ଧ ସମାପ୍ତ ହୋଇଯିବ। ଏଥିମଧ୍ୟରେ ଇରାନ ଗୁରୁବାର ଇସ୍ରାଏଲ ଉପରେ ପୁଣି ନୂଆ କରି ଆକ୍ରମଣ କରିଛି। ଏଥିରୁ ଏହା ସଂକେତ ମିଳୁଛି ଯେ ଯୁଦ୍ଧ ଏବେବି ଜାରି ରହିଛି।
ଇରାନର ଦାବି କ’ଣ?
ଇତି ମଧ୍ୟରେ ଇରାନ ରାଷ୍ଟ୍ରପତି ପେଜେଶ୍କିୟନ ମଧ୍ୟପ୍ରାଚ୍ୟର ଶାନ୍ତି ପାଇଁ ଇରାନର ସଂକଳ୍ପକୁ ଦୋହରାଇଛନ୍ତି। ଋଷିଆ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହିତ କଥାବାର୍ତ୍ତାରେ ପେଜେଶ୍କିୟନ ଜାରି ଯୁଦ୍ଧକୁ ସମାପ୍ତ କରିବାକୁ ୩ଟି ‘ସର୍ତ୍ତ’ ରଖିଛନ୍ତି। ଏହି ସବୁ ସର୍ତ୍ତରେ ଇରାନର ବୈଧ ଅଧିକାରଗୁଡିକୁ ମାନ୍ୟତା ଦେବା, କ୍ଷତିପୂରଣ ଓ ଭବିଷ୍ୟତରେ ସାମରିକ ଆକ୍ରମକତା ବିରୋଧରେ ଅନ୍ତର୍ଜାତୀୟ ଗ୍ୟାରେଣ୍ଟି ଦେବାକୁ ପଡିବ ବୋଲି କହିଛନ୍ତି। ତେହେରାନ ଚାହୁଁଛି ଯେ ଯୁଦ୍ଧ ସମାପ୍ତ ହେବା ପରେ ନା ଆମେରିକା ନା ଇସ୍ରାଏଲ କେହି ଯେପରି ଦ୍ୱିତୀୟବାର ଆକ୍ରମଣ ନ କରନ୍ତି। ସେ ଯୁଦ୍ଧ କାଳରେ ହୋଇଥିବା ଭୁଲ ଓ ଆଘାତର କ୍ଷତିପୂରଣ ପାଇଁ ଦାବି ମଧ୍ୟ କରିଛନ୍ତି।
ଏ ନେଇ ପେଜଶ୍କିୟନ ଏକ୍ସରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ପାକିସ୍ତାନ ଓ ଋଷିଆ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ତାଙ୍କ କଥାବାର୍ତ୍ତା ସମ୍ପର୍କରେ ସୂଚିତ କରିଛନ୍ତି। ହେଲେ ଟ୍ରମ୍ପ ତାଙ୍କ ବୟାନରେ ଏ ସବୁ କଥାରୁ କୌଣସି ଗୋଟିଏ କଥା ମଧ୍ୟ ଉଲ୍ଲେଖ କରିନାହାନ୍ତି। ଏହା ପୂର୍ବରୁ ମଙ୍ଗଳବାର ଆମେରିକା ଓ ଇସ୍ରାଏଲ ସହିତ ଯୁଦ୍ଧ ବିରାମ ସମ୍ଭାବନାକୁ ଇରାନ ଅସ୍ୱୀକାର କରିଥିଲା। ଇରାନ ସଂସଦର ବାଚସ୍ପତି ମହମଦ-ବଘର ଗାଲିବଫ କହିଛନ୍ତି ଯେ ଦେଶ ଉପରେ ହେଉଥିବା ଆକ୍ରମଣର ଜବାବ ଜାରି ରଖିବ ତେହେରାନ।
Also Read..
Mojtaba Khameneis First Message, ଆମେରିକା-ଇସ୍ରାଏଲକୁ ଚେତାବନୀ, କହିଲେ-ବନ୍ଦ ରହିବ ହୋରମୁଜ




