ଟ୍ରମ୍ପଙ୍କ ନାଁ ନନେଇ ଦୃଢ ଜବାବ ଦେଲେ ରାଜନାଥ ସିଂହ, କହିଲେ – କୌଣସି ବି ଶକ୍ତି ଭାରତକୁ ….

ଟ୍ରମ୍ପଙ୍କ-ନାଁ-ନନେଇ-ଦୃଢ-ଜବାବ-ଦେଲେ-ରାଜନାଥ-ସିଂହ,-କହିଲେ-–-କୌଣସି-ବି-ଶକ୍ତି-ଭାରତକୁ-….

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଇସାରା ଇସାରାରେ ଅନେକ କଥା କହି ଟ୍ରମ୍ପଙ୍କ ଟାରିଫକୁ କରିଛନ୍ତି ସମାଲୋଚନା। ସମୟ ଥିଲା ମଧ୍ୟ ପ୍ରଦେଶର ରାୟସେନାରେ ରେଳ କୋଚ ଫ୍ୟାକ୍ଟ୍ରି ଶିଳାନ୍ୟାସ କରିବାକୁ ଯାଇଥିଲେ ରାଜନାଥ ସିଂହ। ସେଠାରେ ନିଜର ବିବୃତ୍ତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହମଲା କରି ଥିଲେ। ଇସାରା ହିଁ ଯଥେଷ୍ଟ , ରାଜନାଥ ସିଂହ ଟାରିଫ୍ ୱାର ଯୋଗୁଁ ଟେନସନ ବୃଦ୍ଧି ମଧ୍ୟରେ କହି ଥିଲେ , କିଛି ଲୋକ ନିଜକୁ ଦୁନିଆର ବସ ଭାବୁଛନ୍ତି, କିନ୍ତୁ ତାଙ୍କୁ ଜଣା ନାହିଁ ଯେ, ସମସ୍ତଙ୍କ ବସ୍‌ ତ ଆମେ। ଟ୍ରମ୍ପଙ୍କ ନାମ ନନେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, କିଛି ଲୋକଙ୍କୁ ଭାରତର ପ୍ରଗତିକୁ ପସନ୍ଦ ଆସୁ ନାହିଁ।

ରାୟସେନାରେ ନିଜର ସମ୍ୱୋଧନ ବେଳେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ , କିଛି ଲୋକ ଏମିତି ଅଛନ୍ତି , ଯାହାଙ୍କୁ ଭାରତର ଦୃତ ପ୍ରଗତି ପସନ୍ଦ ଆସୁ ନାହିଁ। ସେମାନେ ଏହାକୁ ପସନ୍ଦ କରୁ ନାହାନ୍ତି। ସମସ୍ତଙ୍କ ବସ୍‌ ତ ଆମେ। ସେ ଭାବୁଛନ୍ତି ଯେ, ଭାରତ ଏତେ ଜୋରରେ କେମିତି ଆଗକୁ ବଢୁଛି ଏବଂ ଅନେକ ଲୋକ ଏମିତି ଚେଷ୍ଟା କରୁଛନ୍ତି ଯେ, ଭାରତରେ ନିର୍ମିତ , ଭାରତୀୟଙ୍କ ହାତରେ ତିଆରି ଜିନିଷ ସେହି ଦେଶରେ ତିଆରି ଜିନିଷ ଠାରୁ ଅଧିକ ମହଙ୍ଗା ହୋଇ ଯାଉ , ଯାହାକି ଯେତେବେଳେ ଜିନିଷ ମହଙ୍ଗା ହୁଏ ତ ଦୁନିଆ ସେଗୁ଼ଡ଼ିକୁ କିଣିବ ନାହିଁ। ଏହା ଚେଷ୍ଟା କରାଯାଉଛି। କିନ୍ତୁ ଭାରତ ଏତେ ଜୋରରେ ଆଗକୁ ବଢୁଛି , ମୁଁ ପୂରା ବିଶ୍ୱାସର ସହ କହିବି କି, ଏବେ ଦୁନିଆର କୌଣସି ବି ଶକ୍ତି ଭାରତକୁ ଦୁନିଆର ଏକ ବଡ଼ ଶକ୍ତି ହେବାରୁ ରୋକି ପାରିବ ନାହିଁ ।

ରାଜନାଥ ସିଂହ ଆହୁରି କହିଛନ୍ତି ,ଯେତେବେଳେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହ ସମୟରେ ଭାରତର ପ୍ରତିରକ୍ଷା ଉତ୍ପାଦର ଜିନିଷ,ଯାହା ଏକ୍ସପୋର୍ଟ ହୋଇ ଥିଲା , ତାର ଦାମ୍‌ ୬୦୦ କୋଟି ଟଙ୍କା ଥିଲା। ସେ କହିଥିଲେ ଯେ , ଆପଣ ଜାଣି ଖୁସି ହେବେ ଯେ, ଆମେ ଏବେ ୨୪୦୦୦ହଜାର କୋଟିରୁ ଅଧିକ ଡିଫେନ୍ସ ଜିନିଷକୁ ଅନ୍ୟ ଦେଶକୁ ପଠାଉଛୁ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହା ନୂଆ ଭାରତର ନୂଆ ପ୍ରତିରକ୍ଷା କ୍ଷେତ୍ର ହେବ। ଏହା ଭାରତର ଶକ୍ତି, ଏହା ନୂଆ ଭାରତର ନୂଆ ପ୍ରତିରକ୍ଷା କ୍ଷେତ୍ର ଏବଂ ରପ୍ତାନୀ ନିରନ୍ତର ବୃଦ୍ଧି ପାଉଛି।

ପହଲଗାମ ହମଲା ମାମଲାକୁ ଦର୍ଶାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି , ପହଲଗାମର ଘଟଣା ପରେ ସେମାନେ ଭାବି ଥିଲେ ଯେ ,ଭାରତ ଶାନ୍ତିରେ ବସିବ। ପ୍ରଧାନମନ୍ତ୍ରୀଙ୍କର ସଂକଳ୍ପ ଥିଲା ଯେ, ଆମେ ତାଙ୍କୁ ଦୃଢ ଜବାବ ଦେବୁ। ଏମିତି କଳ୍ପନା ମଧ୍ୟ କରାଯାଇ ନଥିଲା ଯେ ଧର୍ମ ପଚାରି ମାରିବେ। ଆମେ କାହାର ହତ୍ୟାକୁ ବିଶ୍ୱାସ କରନ୍ତି ନାହିଁ। ଆମେ ସ୍ଥିର କରି ନେଇଥିଲୁ କି ଆମେ ଧର୍ମ ପଚାରି ମାରିବା ନାହିଁ , ଆମେ ତାଙ୍କର କର୍ମ ଦେଖି ମାରିବା ଏବଂ ଆମେ କର୍ମ ବା କାର୍ଯ୍ୟ ଦେଖି ମାରିଲୁ। 

Scroll to Top