ଟ୍ରମ୍ପଙ୍କୁ ପ୍ରାଣ ଭୟ ! ତାଲିବାନ ନେତା ଥରହର, ପାତାଳରେ ଲୁଚିଲେଣି ସୁପ୍ରିମ ଲିଡର୍‌

ଟ୍ରମ୍ପଙ୍କୁ-ପ୍ରାଣ-ଭୟ-!-ତାଲିବାନ-ନେତା-ଥରହର,-ପାତାଳରେ-ଲୁଚିଲେଣି-ସୁପ୍ରିମ-ଲିଡର୍‌

​​​​​​ନୂଆଦିଲ୍ଲୀ: ଆମେରିକାକୁ ବିଶ୍ୱାସ ନାହିଁକେତେବେଳେ ବି କରିପାରେ ଆଟାକ୍‌ଧମକ ଦେଇଛନ୍ତି ଟ୍ରମ୍ପ। ବରଗାମ ନଦେଲେ ପରିଣାମ ହେବ ଭୟଙ୍କର। ଆମେରିକା ରାଷ୍ଟ୍ରପତିଙ୍କ ନାଲିଆଖି ଦେଖି ଆଫଗାନିସ୍ତାନରେ କୋକୁଆ ଭୟତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା ଛାନିଆଁମୃତ୍ୟୁ ଭୟରେ ବାରମ୍ବାର ବଦଳାଉଛନ୍ତି ଠିକଣାକେବଳ ସ୍ଥାନ ପରିବର୍ତ୍ତନ କରୁଛନ୍ତି ତାହା ନୁହେଁ, ବରଂ ଏହି ସପ୍ତାହରେ ହେବାକୁ ଥିବା ଉଲେମା ପରିଷଦ ସହିତ ତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ମଧ୍ୟ ବାତିଲ କରିଛନ୍ତି।

ମୁଲ୍ଲା ହିବାତୁଲ୍ଲା ତିନୋଟି ସ୍ଥାନରେ ରୁହନ୍ତି ମାଣ୍ଡିଗାକ, ଆଇନୋମିନା ଏବଂ କାନ୍ଦାହାର ସେନା କୋରସର ପୂର୍ବତନ ମୁଖ୍ୟାଳୟ। ତଥାପି, ଗତ ତିନି ଦିନ ଧରି ତାଙ୍କର ରହିବାର ସ୍ଥାନ ଗୁଇନ୍ଦାକୁ ଅଜଣା। ଏପରିକି ଗତ ତିନି ଦିନ ଧରି କେହି ତାଙ୍କର ଠିକଣା ଖୋଜି ପାରିନାହାଁନ୍ତି। କୁହାଯାଉଛି ସେ ଅତ୍ୟାଧୁନିକ ସୁରକ୍ଷିତ ସୁଡଙ୍ଗରେ ଲୁଚିରହିଛନ୍ତି। ସୂଚନା ଅନୁଯାୟୀ, ତାଲିବାନ ନେତା ବାରମ୍ବାର ତାଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି। ଆଫଗାନିସ୍ତାନ ଇଣ୍ଟରନ୍ୟାସନାଲକୁ କୁହାଯାଇଛି ଯେ ମୁଲ୍ଲା ହିବାତୁଲ୍ଲାଙ୍କର ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ବାସସ୍ଥାନ ଠିକଣା ଥିଲା। ସେ ପ୍ରତି ସପ୍ତାହରେ ଉଲେମା ପରିଷଦ ସହିତ ମଧ୍ୟ ସାକ୍ଷାତ କରୁଥିଲେ, କିନ୍ତୁ ଏହି ସପ୍ତାହରେ ସେ ସେହି ବୈଠକକୁ ବାତିଲ କରିଛନ୍ତି

ଡୋନାଲ୍ଡ ଟ୍ରମ୍ପ ତାଲିବାନକୁ ବାରମ୍ବାର ଧମକ ଦେଇଛନ୍ତି। ସେପ୍ଟେମ୍ବର ୧୭ ତାରିଖରେ ବ୍ରିଟେନ ଗସ୍ତ ସମୟରେ, ଟ୍ରମ୍ପ ଆଫଗାନିସ୍ତାନର ବଗରାମ ଏୟାରବେସର ଆମେରିକାର ନିୟନ୍ତ୍ରଣ ପୁନଃସ୍ଥାପନ କରିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ଆମେ ଏହି ଘାଟିକୁ ପୁନଃ ଦଖଲ କରିବାକୁ ଚାହୁଁଛୁ। ଏହା ପଛର ଉଦ୍ଦେଶ୍ୟ- ଚୀନ୍ ଏହାର ପରମାଣୁ ଅସ୍ତ୍ର ବିକଶିତ କରୁଥିବା ସ୍ଥାନରୁ ଏହା ମାତ୍ର ଏକ ଘଣ୍ଟାର ଦୂରତା।”

ସେପ୍ଟେମ୍ବର ୨୦ ତାରିଖରେ ଟ୍ରମ୍ପ୍ ଚେତାବନୀ ଦେଇଥିଲେ ଯେ ଯଦି ଆମେରିକା ବଗରାମ ଘାଟିର ନିୟନ୍ତ୍ରଣ ପୁନର୍ବାର ହାସଲ ନ କରେ, ତେବେ ଏହା ତାଲିବାନ ପାଇଁ ଖରାପ ହେବ। ସେହି ଦିନ ହ୍ୱାଇଟ୍ ହାଉସରେ ଟ୍ରମ୍ପ୍ କହିଥିଲେ, “ଯଦି ସେମାନେ ଏପରି ନ କରନ୍ତି, ତେବେ ତୁମେ ଦେଖିବ ମୁଁ କଣ କରିପାରେ।” ଟ୍ରମ୍ପଙ୍କ ଧମକ ପରେ ଜବାବ ରଖିଛି ତାଲିବାନ ପ୍ରଶାସନବଗରାମ ଏୟାରବେସ ତ ଦୂରର କଥା ଆମେ ଏକ ମିଟର ଜମି ବି ଆମେରିକାକୁ ଦେବୁ ନାହିଁ କହିଛନ୍ତି ତାଲିବାନର ମୁଖ୍ୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଆମେରିକାକୁ ଯୁକ୍ତିସଙ୍ଗତ ନୀତି ଆପଣେଇବାକୁ ସେ ପରାମର୍ଶ ଦେଇଛନ୍ତି ।  କହିଛିଦୋହା ଚୁକ୍ତି ଅନୁଯାୟୀ, ଆଫଗାନିସ୍ତାନର କ୍ଷେତ୍ରୀୟ ଅଖଣ୍ଡତା ଏବଂ ରାଜନୈତିକ ସ୍ୱାଧୀନତା ବିରୁଦ୍ଧରେ ବଳ ପ୍ରୟୋଗ କିମ୍ବା ଧମକ ନ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଆମେରିକା।

ତାଲିବାନ ସୁପ୍ରିମ ଲିଡର ମୁଲ୍ଲା ଆଖୁନ୍ଦଜାଦା ଗତ ୧୫ ବର୍ଷ ଧରି ବଲୁଚିସ୍ତାନ ପ୍ରଦେଶର କଚଲାକ୍ ଅଞ୍ଚଳର ଏକ ମସଜିଦରେ ସେବା  କରିଆସୁଛନ୍ତି। ସେ କାନ୍ଦାହାର ପ୍ରଦେଶରୁ ଆସିଛନ୍ତି। ସେ ୧୯୮୦ ଦଶକରେ ରୁଷ ବିରୁଦ୍ଧରେ ଲଢ଼ିଥିଲେ1994 ମସିହାରେ ମୁଲ୍ଲା ଓମାରଙ୍କ ନେତୃତ୍ୱରେ ତାଲିବାନରେ ଯୋଗ ଦେଇଥିଲେ। ମୁଲ୍ଲା ଓମାର ତାଙ୍କୁ କାନ୍ଦାହାରର ସାମରିକ ଅଦାଲତର ମୁଖ୍ୟ କରିଥିଲେ। ଏହା ପରେ ସେ ସଂଗଠନରେ ହୋଇଯାଇଥିଲେ ପ୍ରଭାବଶାଳୀ।

ଟ୍ରମ୍ପ ନିଜର ଦ୍ୱିତୀୟ କାର୍ଯ୍ୟକାଳରେ କ୍ଷମତାକୁ ଆସିବା ପରଠୁ ଆଫଗାନିସ୍ତାନର ବରଗାମ ଏୟାରବେସ ବିଷୟରେ କହି  ଚାଲିଛନ୍ତି । ଗତ ବର୍ଷ ଆମେରିକାର ଆଫଗାନିସ୍ତାନ ଛାଡିଯିବାର ତୃତୀୟ ବର୍ଷ ପୂର୍ତ୍ତି ପାଳନ କରୁଥିଲା ତାଲିବାନ । ଏହି ସମୟରେ ତାଲିବାନ ଆମେରିକା ଦ୍ୱାରା ଛଡା ଯାଇଥିବା ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିଥିଲା । ଆମେରିକା ଓ ବିଶ୍ୱର ନଜର ଏହା ଉପରେ ପଡିଥିଲା।

Scroll to Top