ଭୁବନେଶ୍ବର ୨୪।୨: ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କଲେ ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ହେବ । ଏଭଳି କହି ସରକାରଙ୍କ ଯୋଜନାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ନବୀନ ଲେଖିଛନ୍ତି, ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କରି ବିଜେପି ସରକାର ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ଗଠନ କରୁଛି ?
ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା, କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକ୍ରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି।
ଓଡ଼ିଶାରେ ମହିଳା, ଶିଶୁଙ୍କ ସୁରକ୍ଷା ତଥା ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାରଙ୍କ ଏପରି ପଦକ୍ଷେପ ପରିସ୍ଥିତିକୁ ଆହୁରି ସଂକଟଜନକ କରିଦେବ । ଏହା ଓଡ଼ିଶାର ମା’ଭଉଣୀଙ୍କ ସୁରକ୍ଷାକୁ ଆହୁରି ବିପନ୍ନ କରିବା ସହ ଯୁବସମାଜ ଓ କୋମଳମତି ଛାତ୍ରଙ୍କ ମନକୁ ବିକୃତ କରିବ । ବିଜେପି ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରୁ । ନଚେତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଜୋରଦାର କରିବ ।
ଟେଟ୍ରା ପ୍ୟାକରେ ମଦ ବିକ୍ରି କରି ବିଜେପି ସରକାର ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ଗଠନ କରୁଛି?
ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।… pic.twitter.com/qoJLdYzHms
— Naveen Patnaik (@Naveen_Odisha) February 24, 2026




