ମୁମ୍ବାଇ ୦୧।୦୪ : ଜିମ୍ବାଓ୍ୱେ ଯିବ ଟିମ୍ । ଜୁଲାଇ ମାସରେ ଜିମ୍ବାଓ୍ୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ତିନୋଟି ମ୍ୟାଚ୍ର ଟି-୨୦ ସିରିଜ୍ ଖେଳିବ। ଟିମ୍ ଇଣ୍ଡିଆ ଜିମ୍ବାଓ୍ୱେ ଗସ୍ତ ନେଇ BCCI ପକ୍ଷରୁ ସୂଚନା ଦିଆଯାଇଛି ।
୨୦୨୬ରେ ଜିମ୍ବାଓ୍ୱେ ଯିବ ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବାକୁ ଜିମ୍ବାଓ୍ୱେ ଯିବ ସିନିୟର ପୁରୁଷ ଟି-୨୦ ଟିମ୍ । ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ୨୬ ଜୁଲାଇରେ ଶେଷ ହେବ । ସମସ୍ତ ତିନୋଟି ମ୍ୟାଚ୍ ହରାରେ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ତେବେ ବର୍ତ୍ତମାନ ସୁଦ୍ଧା ଟିମ୍ର ଘୋଷଣା ହୋଇନଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟିମ୍ ଗସ୍ତ କରିବ ।
Also Read:-IPL-2026 : ବ୍ୟାନ୍ ହେବେ ଶ୍ରେୟସ ଆୟର ! ଏବେ ଫାଇନ୍, ପୁଣି ଭୁଲ କଲେ ଖେଳିପାରିବେନି ମ୍ୟାଚ୍
ଟିମ୍ ଇଣ୍ଡିଆର ଅନେକ ଖେଳାଳି ବର୍ତ୍ତମାନ ଆଇପିଏଲ୍-୨୦୨୬ରେ ବ୍ୟସ୍ତ ରହିଛନ୍ତି । ମାର୍ଚ୍ଚ ୨୮ରୁ IPL ଆରମ୍ଭ ହୋଇ ମେ ୨୪ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ । ଏହାପରେ ପୁରା ବ୍ୟସ୍ତ ରହିବ ଟିମ୍ ଇଣ୍ଡିଆ । ଏହି ଲିଗ୍ ଶେଷ ହେବା ପରେ ଆଫଗାନିସ୍ତାନ ସହିତ ଘରୋଇ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ପରେ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ସହିତ ସିରିଜ୍ ମଧ୍ୟ ଖେଳିବ । ଏହି ତିନୋଟି ସିରିଜ୍ ପରେ ଜିମ୍ବାଓ୍ୱେ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ତେବେ ଆସନ୍ତୁ ଜାଣିବା ପୁରା ଗସ୍ତର କିପରି ରହିଛି କାର୍ଯ୍ୟସୂଚୀ ।
ଜିମ୍ବାଓ୍ୱେ ଗସ୍ତର କାର୍ଯ୍ୟସୂଚୀ-
| ନମ୍ବର | ତାରିଖ | ମ୍ୟାଚ୍ | ସ୍ଥାନ |
| ୧ | ୨୩ ଜୁଲାଇ ୨୦୨୬ | ପ୍ରଥମ ଟି-୨୦ ମ୍ୟାଚ୍ | ହାରାରେ |
| ୨ | ୨୫ ଜୁଲାଇ ୨୦୨୬ | ଦ୍ୱିତୀୟ ଟି-୨୦ ମ୍ୟାଚ୍ | ହାରାରେ |
| ୩ | ୨୬ ଜୁଲାଇ ୨୦୨୬ | ତୃତୀୟ ଟି-୨୦ ମ୍ୟାଚ୍ | ହରାରେ |




