ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଲା ଟିମ ଇଣ୍ଡିଆ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା

ଟି-୨୦-ବିଶ୍ୱକପ୍-ଟ୍ରଫି-ହାତେଇଲା-ଟିମ-ଇଣ୍ଡିଆ-:-ଶୁଭେଚ୍ଛା-ଜଣାଇଲେ-ରାଜ୍ୟପାଳ,-ମୁଖ୍ୟମନ୍ତ୍ରୀ-ଏବଂ-ବିରୋଧୀ-ଦଳ-ନେତା

ଭୁବନେଶ୍ୱର ୦୯।୦୩ : ଟିମ୍ ଇଣ୍ଡିଆ ଟି-୨୦ ଚମ୍ପିଆନ୍ । ୨୦୨୬ ଟି-୨୦ ବିଶ୍ୱ କପ୍ ଟ୍ରଫି ପୁଣି ଥରେ ହାତେଇଛି ମେନ୍ ଇନ୍ ବ୍ଲୁ । ଲଗାତର ଭାବେ ଦୁଇଟି ସଂସ୍କରଣରେ ଚମ୍ପିଆନ୍ ହେବାର ବିରଳ ରେକର୍ଡ ନିଜ ନାଁରେ କରିଛି ମେନ୍ ଇନ୍ ବ୍ଲୁ। ପୂର୍ବ ସଂସ୍କରଣ ମାନେ ୨୦୨୪ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା ରୋହିତ ସେନା । ଆଉ ଏବେ ୨୦୨୬ରେ ଆଉ ଥରେ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ତେବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହେବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନବୀନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ‘X’ରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । 

ରାଜ୍ୟପାଳ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଦେଶ ପାଇଁ ଆଜି ଗର୍ବରେ ଦିନ । ଭାରତ ଏବେ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହୋଇଛି । ପୁରା ଦେଶ ଆପଣଙ୍କ ଉପରେ ଗର୍ବ କରୁଛି ।

“India has won”
Heartiest congratulations to Team India on winning the T20 World Cup 2026.
The nation is proud of your outstanding achievement and dedication. pic.twitter.com/8Ae8x5usNH

— Governor Odisha (@GovernorOdisha) March 8, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି ଯେ, ଇତିହାସ ସୃଷ୍ଟି ହେଲା । ଟିମ୍‌ ଇଣ୍ଡିଆକୁ ମୋ ହୃଦୟରୁ ଧନ୍ୟବାଦ । ଚମତ୍କାର ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଚମ୍ପିଆନ ହୋଇଛି । ପୁରା ଦେଶରେ ଆଜି ଖୁସିର ମାହୋଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଭିରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌ ଦେଖୁଥିବାର ଦେଖିବାକୁ ମିଳିଛି । ଟିମ୍‌ ଇଣ୍ଡିଆକୁ ଚିୟର ଅପ୍ ମଧ୍ୟ କରୁଥିଲେ ମୁଖ୍ୟମନ୍ତ୍ରୀ ।

History made, hearts united.

Heartiest congratulations to Team India for lifting the lCC Men’s T20 World Cup 2026 with remarkable grit and brilliance. This magnificent victory has filled every Indian heart with immense pride and joy.
Well played, champions!#T20WorldCup️ pic.twitter.com/T02wjahtve

— Mohan Charan Majhi (@MohanMOdisha) March 8, 2026

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ମେନ୍‌ ଇନ୍‌ ବ୍ଲୁଙ୍କୁ ସ୍ୱାଗତ । ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ ଟ୍ରଫି ଉଠାଇ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ପୁରା ଟିମ୍‌କୁ ଶୁଭେଚ୍ଛା ଏବଂ ଶୁଭକାମନା । ଆପଣମାନଙ୍କ ଏହି ବିଜୟ ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ । ପୁରା ଦେଶ ଆପଣଙ୍କୁ ନେଇ ଗର୍ବ କରୁଛି ।

A Historic Win for India.

Congratulations to the #MenInBlue on lifting the #T20WorldCup for a record third time — a feat that speaks not just of talent, but also of character and commitment of the team.

This dominant triumph will forever be cherished by every Indian. May it… pic.twitter.com/MbU5GFJuaA

— Naveen Patnaik (@Naveen_Odisha) March 8, 2026

ସେହିପରି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଲେଖିଛନ୍ତି ଯେ, ନ୍ୟୁଜିଲାଣ୍ଡକୁ ହରାଇ ଭାରତ ପୁଣି ଥରେ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହୋଇଛି । ପୁରା ଦେଶ ଏବଂ ଦେଶବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ ।

Congratulations Team India! 🇮🇳🏆

India defeats New Zealand to defend the T20 World Cup What a performance, what a team. Proud moment for every Indian fan.

Well played, Team India keep the momentum going and continue making history.#TeamIndia #T20WorldCup#MenInBlue pic.twitter.com/jFoZm60BH7

— Golak Mohapatra (@GMohapatraBjp) March 8, 2026

ଏ ଖବର ବି ପଢନ୍ତୁ:-ଜିତିଲା ପରେ ଭାବବିହ୍ୱଳ ହୋଇଗଲେ ସୂର୍ଯ୍ୟ, ପିଚ୍‌ରେ କଲେ ଏମିତି…ଭାଇରାଲ ହେଉଛି ଭିଡିଓ

Scroll to Top