ଟିକସ ଫାଙ୍କିବା ଅଭିଯୋଗରେ ଉତ୍କଳ ବିଲ୍ଡର୍ସ୍ରେ ରେଡ୍, ୧୪ଟି ସ୍ଥାନରେ ଚାଲିଛି ଚଢାଉ
Published By: Kirti – Prameya-News7 Bureau | November 04, 2025 10:29 AM
NEWS7
ଭୁବନେଶ୍ୱର ୦୪।୧୧ : ଉତ୍କଳ ବିଲ୍ଡର୍ସ୍ରେ ରେଡ୍ । ଉତ୍କଳ ବିଲ୍ଡର୍ସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ। ଓଡ଼ିଶାର ପ୍ରାୟ ୧୧ଟି ସ୍ଥାନରେ ଆଇଟି ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଯେଉଁଥିରେ କୋଲକୋତାର ୩ଟି ସ୍ଥାନ ରହିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଉତ୍କଳ ବିଲ୍ଡର୍ସ୍ରେ ଆଇଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ବିଭାଗ ପକ୍ଷରୁ ୧୮ଟି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଯେଉଁଥିରେ ୧୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଥିବା ସୂଚନା ମିଳିଛି। କୋଲକାତା ୩ଟି ସ୍ଥାନ ଏବଂ ଓଡ଼ିଶାର ୧୧ଟି ସ୍ଥାନରେ ରେଡ୍ ଚାଲିଛି । ବର୍ତ୍ତମାନ ଯାଏଁ ଏହି ଚଢାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।




