ଟଙ୍କା ପାଇଁ ୧୫ ବର୍ଷର ସମ୍ପର୍କ ତୁଚ୍ଛ, ସ୍ତ୍ରୀକୁ ମାରି ପୋଡ଼ିଦେଲା ! ସ୍ବାମୀ ସମେତ ୫ ଗିରଫ
ଯାଜପୁରରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗରେ ସ୍ଵାମୀ ସହ ଅନ୍ୟ ୪ ଜଣ ଗିରଫ ସୂଚନା । ବିଞ୍ଝାରପୁର ପୋଲିସ ଗିରଫ କରିଥିବା ସୂଚନା । ବିଞ୍ଝାରପୁର ଥାନା ଜରି ପଞ୍ଚାୟତରେ ଘଟିଥିଲା ଘଟଣା ।
Published By: Ruby – Prameya-News7 Bureau | February 14, 2026 12:20 PM
NEWS7
ଯାଜପୁର ୧୪।୨: ଯାଜପୁର ଜରି ପଞ୍ଚାୟତରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ମାମଲା । ହତ୍ୟା ଅଭିଯୋଗରେ ୫ ଗିରଫ । ସ୍ଵାମୀ ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣଙ୍କୁ ବାନ୍ଧିଲା ବିଞ୍ଝାରପୁର ଥାନା ପୋଲିସ ।
ଏ ଖବର ବି ପଢ଼ନ୍ତୁ:- ଚାକିରି ନାଁରେ ଠକିଥିଲା ୨୨ଲକ୍ଷ, କେନ୍ଦୁଝରର ମହିଳାକୁ ଗିରଫ କଲା ଖଣ୍ଡଗିରି ପୋଲିସ
ସୂଚନାଯୋଗ୍ୟ ଯେ, ଗତ ବୁଧବାର ଘର ପଛପଟ ବାଡ଼ିରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହତ୍ୟା ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମହିଳାଙ୍କ ବାପଘର ଲୋକେ । ମହିଳାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳରେ ହୋଇଥିବା ବେଳେ ୧୫ ବର୍ଷ ପୂର୍ବରୁ ସେ ଜରି ପଞ୍ଚାୟତର ଦୀନବନ୍ଧୁ ସାମଲଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରଠାରୁ ଶ୍ବଶୁର ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାପଘରୁ ଅଧିକ ପଇସା ଆଣିବାକୁ ଦାବି କରୁଥିଲେ । କିଛି ଦିନ ହେବ ସ୍ୱାମୀ ଦୀନବନ୍ଧୁ, ତାଙ୍କୁ ୫୦ ହଜାର ଟଙ୍କା ଆଣିବାକୁ ବାଧ୍ୟ କରୁଥିବା ତାଙ୍କ ଭାଉଜ ଅଭିଯୋଗ କରିଛନ୍ତି ।




