ଝାରସୁଗୁଡ଼ାରେ ଜୋରଦାର ସାଇବର କବଚ ଅଭିଯାନ, ଧରାପଡ଼ିଲେ ୭ ଠକ

ଝାରସୁଗୁଡ଼ାରେ-ଜୋରଦାର-ସାଇବର-କବଚ-ଅଭିଯାନ,-ଧରାପଡ଼ିଲେ-୭-ଠକ

ଝାରସୁଗୁଡ଼ା: ମ୍ୟୁଲ ଆକାଉଣ୍ଟ ମାଧ୍ୟମରେ ୧୪ କୋଟି ଟଙ୍କା ଠକି ଧରାପଡ଼ିଲେ ୭ ସାଇବର ଠକ। ସାଇବର କବଚ ଅଭିଯାନରେ ଶନିବାର ଝାରସୁଗୁଡ଼ା ପୋଲିସ ଏହି ୭ ସାଇବର ଠକଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ରହିଛନ୍ତି ଠକେଇର ମାଷ୍ଟର ମାଇଣ୍ଡ ଉତ୍ତରପ୍ରଦେଶ ଗାଜିଆବାଦର ହିମାଂଶୁ କୁମାର ଶ୍ରୀବାସ୍ତବ, ଜଣେ ବ୍ୟାଙ୍କ୍ କର୍ମଚାରୀ ସମେତ ୭ ଜଣ। ସେମାନଙ୍କ ଠାରୁ ଗୋଟିଏ ଲାପଟପ, ୧୦ଟି ମୋବାଇଲ, ୧୦ଟି ଏଟିଏମ କାର୍ଡ, ୮ଟି ପାସବୁକ, ଗୋଟିଏ ଭାରତୀୟ ପାସପୋର୍ଟ, ୩ଟି ପାନ୍ କାର୍ଡ ଜବତ କରିଛି ବେଲପାହାଡ଼ ଓ ଲଇକେରା ପୋଲିସ।

ଏନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନର ଅନୁସାରେ, ଗ୍ୟାଙ୍ଗ୍ରେ ଥିବା ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀ ଲୋକଙ୍କୁ ଭୁଆଁ ବୁଲାଇ ବ୍ୟାଙ୍କରେ ଖାତା ଖୋଲାଉଥିଲେ। ଆଉ କୌଶଳକ୍ରମେ କୋଟି କୋଟି ଟଙ୍କା ହଡ଼ପ କରୁଥିଲେ।

ଏଥିସହ ସାଇବର ଅପରାଧୀମାନେ ଏଥର ବ୍ୟକ୍ତିଙ୍କୁ ଛାଡ଼ି ବ୍ୟବସାୟିକ ଆକାଉଣ୍ଟ ମାଧ୍ୟମରେ କାରବାର କରୁଥିଲେ। ଏହି ଗ୍ୟାଙ୍ଗର ଚେର ଦିଲ୍ଲୀରୁ ନେପାଳ ପର୍ଯ୍ୟନ୍ତ ଲମ୍ବିଥିବା ଏବଂ ଖୁବ ଶୀଘ୍ର ପୋଲିସ ଏହି ରାକେଟର ପର୍ଦ୍ଦାଫାସ କରିବ ବୋଲି ଏସପି କହିଛନ୍ତି। ଦୁଇଦିନ ତଳେ ଏଭଳି ଠକେଇରେ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ।

Scroll to Top