ଜେଲରେ ବିଚାରାଧୀନ କଏଦୀଙ୍କ ଅସ୍ଵାଭାବିକ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
Published By: Kirti – Prameya-News7 Bureau | October 21, 2025 11:01 AM
NEWS7
ବରଗଡ଼ ୨୧।୧୦ : ବିଚାରାଧୀନ କଏଦୀଙ୍କ ଅସ୍ଵାଭାବିକ ମୃତ୍ୟୁ। ବରଗଡ଼ ଜିଲ୍ଲା କାରାଗାରରେ ଜଣେ ଜଣେ ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ଅତାବିରା ଥାନା ଜହ୍ନାପଡ଼ା ଗାଁର ଗିରିଧାରୀ ବହିଦାର (୩୮ ବର୍ଷ) ବୋଲି ଜଣାପଡ଼ିଛି । ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ଖବର ଅନୁଯାୟୀ, ଜହ୍ନାପଡ଼ା ଗାଁର ଗିରିଧାରୀ ବହିଦାର ଗତ ଅଗଷ୍ଟ ମାସରୁ ଏକ ପୋକ୍ସୋ ମାମଲାରେ ଗିରଫ ହୋଇ ବରଗଡ଼ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ସୋମବାର ରାତିରେ ତାଙ୍କର ଅସ୍ଵାଭାବିକ ଭାବେ ମୃତ୍ୟୁ ହୋଇଯାଇଛି। ତେବେ ବର୍ତ୍ତମାନ ଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ ବିଦ୍ୟୁତ ତାର ଧରି ଆତ୍ମହତ୍ୟା କରିଥିବା ଅନ୍ତେବାସୀଙ୍କ ଆଲୋଚନାରୁ ଜଣାପଡ଼ିଛି। କିନ୍ତୁ ଜେଲ ଅଧିକ୍ଷକ ଏନେଇ କିଛି ସ୍ପଷ୍ଟ କରୁନଥିବାରୁ ସତ୍ୟ ଉଜାଗର ହୋଇପାରିନାହିଁ ।




