ଜେଡିୟୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ନୀତିଶ ମୁଖ୍ୟମନ୍ତ୍ରୀ ଓ ସମ୍ରାଟ ବିଜୟ ଉପ-ମୁଖ୍ୟମନ୍ତ୍ରୀ
Published By: Prativa – Prameya-News7 Bureau | November 19, 2025 12:55 PM
NEWS7
ନୂଆଦିଲ୍ଲୀ ୧୯/୧୧: ନୀତୀଶ ଜେଡିୟୁ ବିଧାୟକ ଦଳ ନେତା । ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ । କାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର । ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ସେହିଭଳି ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଛି । ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ।
ସୂଚନା ଥାଉକି, ଆସନ୍ତାକାଲି ବିହାରରେ ଶପଥ ନେବ ନୂଆ ସରକାର । ଦଶମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର। ଆସନ୍ତାକାଲି ଦିନ ୧୧ରୁ ୧୨ଟା ଭିତରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପାଟନା ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଏଥିରେ ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ସାମିଲ ହେବେ। ଏମାନଙ୍କ ସହ ବିଜେପି ଓ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ବି ସାମିଲ ହୋଇପାରନ୍ତି।




