ଜୁନ ୫ ତାରିଖ ରାଶିଫଳ: ପ୍ରେମ ସମ୍ପର୍କରେ ମଧୁରତା ବଢିବ, ଅଟକିଥିବା କାମ ଆଗକୁ ବଢିବ

ଜୁନ-୫-ତାରିଖ-ରାଶିଫଳ:-ପ୍ରେମ-ସମ୍ପର୍କରେ-ମଧୁରତା-ବଢିବ,-ଅଟକିଥିବା-କାମ-ଆଗକୁ-ବଢିବ

ମେଷ – ଆସନ୍ତାକାଲି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସର ଭଲ ଫଳ ମିଳିବ। ପରିବାରରେ ଖୁସିର ପରିବେଶ ରହିବ ଏବଂ ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ଧନଲାଭର ଯୋଗ ରହିଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ କରିବା ଠିକ୍ ହେବ ନାହିଁ। ମିତ୍ରଙ୍କ ସହ ମିଳନ ହେବାରୁ ମନ ଖୁସି ରହିବ।

ବୃଷ – ଚାକିରି ଓ ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ଦେଖିବାକୁ ମିଳିବ। ଘରୋଇ କାମରେ ବ୍ୟସ୍ତତା ବଢିବା ସହ ପରିବାରର ସହଯୋଗ ମିଳିବ। ଅପେକ୍ଷା କରିନଥିବା ଖର୍ଚ୍ଚ ହୋଇପାରେ ତେଣୁ ଧନ ସଞ୍ଚୟରେ ଧ୍ୟାନ ଦିଅନ୍ତୁ। ନୂଆ ଲୋକଙ୍କ ସହ ପରିଚୟ ଆଗାମୀ ଦିନରେ ଲାଭଦାୟକ ହେବ।

ମିଥୁନ – ଶୁକ୍ରବାର ଆପଣଙ୍କ କଥାବାର୍ତ୍ତା ଓ ବୁଦ୍ଧିମତା ଦ୍ୱାରା ସମସ୍ତଙ୍କ ପ୍ରଶଂସା ମିଳିବ। ନୂଆ କାମ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଭଲ ରହିଛି। ପ୍ରେମ ସମ୍ପର୍କରେ ମଧୁରତା ବଢିବ ଏବଂ ପରିବାରରେ ଖୁସି ରହିବ। ଯାତ୍ରା କରିବାର ସମ୍ଭାବନା ରହିଥିଲେ ମଧ୍ୟ ସତର୍କତା ଆବଶ୍ୟକ।

କର୍କଟ –  ଘାତବାର ପ୍ରଭାବରୁ ମନରେ କିଛି ଚିନ୍ତା ଓ ଅଶାନ୍ତି ରହିପାରେ ତେଣୁ ଧୈର୍ଯ୍ୟ ଧରି କାମ କରନ୍ତୁ। ପରିବାରର କାହାରି ସ୍ୱାସ୍ଥ୍ୟ ନେଇ ଚିନ୍ତା ବଢିପାରେ। ଅଟକିଥିବା ଧନ ମିଳିବାର ସମ୍ଭାବନା ରହିଛି ଯାହାରୁ ମନ ହାଲୁକା ହେବ। ଅନାବଶ୍ୟକ ବିବାଦ ଓ କ୍ରୋଧରୁ ଦୂରେ ରୁହିବା ଭଲ।

ସିଂହ – ଆସନ୍ତାକାଲି ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଏବଂ କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ମିଳିବ। ପୁରୁଣା ଅଟକିଥିବା କାମ ସଫଳ ହେବାରୁ ମନ ଖୁସି ରହିବ। ମିତ୍ରଙ୍କ ସହ ସମୟ ଭଲ କଟିବ ଏବଂ ନୂଆ ଯୋଜନା ଆରମ୍ଭ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି କିନ୍ତୁ ଅହଂକାର ରଖିବା ଭଲ ନୁହେଁ।

କନ୍ୟା –  ଶୁକ୍ରବାର ଘାତଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କାମରେ ସତର୍କତା ରଖିବା ଆବଶ୍ୟକ। କାର୍ଯ୍ୟରେ ବିଳମ୍ବ ଓ ମନରେ ଚିନ୍ତା ବଢିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ ତେଣୁ ଶାନ୍ତ ରହନ୍ତୁ। ଯାତ୍ରା କିମ୍ବା ଧନ ଲେନଦେନ କରିବା ବେଳେ ସତର୍କ ରୁହନ୍ତୁ।

ତୁଳା – ନୂଆ ପରିଚୟ ଓ ମିଳନରୁ ଭବିଷ୍ୟତରେ ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢିବାର ଭଲ ସୁଯୋଗ ଆସିବ। ପ୍ରେମଜୀବନରେ ମଧୁରତା ବଢିବ ଏବଂ ପରିବାରରେ ଖୁସି ରହିବ। ଶରୀରରେ ହଳକା କ୍ଲାନ୍ତି ଲାଗିପାରେ ତେଣୁ ବିଶ୍ରାମ ନିଅନ୍ତୁ।

ବିଛା – କ୍ରୋଧ ଓ ଅତି ତ୍ୱରାରେ ନିଷ୍ପତ୍ତି ନେବାରୁ ଦୂରେ ରୁହନ୍ତୁ। ବ୍ୟବସାୟରେ ଲାଭ ମିଳିପାରେ କିନ୍ତୁ ଚାକିରିରେ ଚାପ ବଢିବ। ପରିବାରର ସହଯୋଗ ମିଳିବାରୁ ମନ ଖୁସି ରହିବ। ଧନପ୍ରାପ୍ତିର ନୂଆ ମାର୍ଗ ଖୋଲିପାରେ ଯାହାରୁ ଆର୍ଥିକ ସ୍ଥିତି ଭଲ ହେବ।

ଧନୁ – ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ନୂଆ କାମରେ ସଫଳତା ଆସିବ। ଶିକ୍ଷା ଓ ପରୀକ୍ଷାରେ ଭଲ ଫଳ ମିଳିପାରେ। ଦୂରଯାତ୍ରା କିମ୍ବା ଧାର୍ମିକ ସ୍ଥାନକୁ ଯିବାର ସମ୍ଭାବନା ରହିଛି। ପରିବାରରେ ଆନନ୍ଦ ଓ ହସଖୁସିର ପରିବେଶ ରହିବ।

ମକର – କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ ଏବଂ ଅଟକିଥିବା କାମ ଆଗକୁ ବଢିବ। ଘରୋଇ ଖର୍ଚ୍ଚ ବଢିପାରେ ତେଣୁ ଅପଚୟ ରୋକନ୍ତୁ। ମିତ୍ରଙ୍କ ସହଯୋଗ ଓ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟରେ ହଳକା ଦୁର୍ବଳତା ଲାଗିପାରେ ତେଣୁ ସତର୍କ ରୁହନ୍ତୁ।

କୁମ୍ଭ – ଆସନ୍ତାକାଲି ମନରେ ନୂଆ ଚିନ୍ତା ଓ ଯୋଜନା ଆସିପାରେ ଯାହା ଭବିଷ୍ୟତରେ ଲାଭ ଦେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ ଏବଂ ମିତ୍ରଙ୍କ ସହଯୋଗ ରହିବ। ପରିବାରରେ ସାଧାରଣ ଖୁସି ରହିବ କିନ୍ତୁ ଛୋଟ କଥାକୁ ନେଇ ଚିନ୍ତା କରିବେ ନାହିଁ। ଧନ ଖର୍ଚ୍ଚରେ ସାବଧାନ ରହିବା ଭଲ।

ମୀନ – ଶୁକ୍ରବାର ମନରେ ନୂଆ ଆଶା ଓ ଉତ୍ସାହ ଜନ୍ମ ନେବ ଯାହାରୁ କାମରେ ଆଗ୍ରହ ବଢିବ। କାର୍ଯ୍ୟକ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ ଏବଂ ଉପରସ୍ଥ ଲୋକଙ୍କ ପ୍ରଶଂସା ମିଳିବ। ପରିବାରରେ ଖୁସି ଓ ଶାନ୍ତି ରହିବ ଏବଂ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପ୍ରେମଜୀବନ ମଧୁର ରହିବ ଏବଂ ମିତ୍ରଙ୍କ ସହ ସମୟ ଭଲ କଟିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Scroll to Top