ଜିଲ୍ଲାପାଳଙ୍କ ସୂଚନା, ଗୁରୁବାର ରାତିରେ ପିଲାଙ୍କୁ ଧରି ଆସନ୍ତୁନାହିଁ ବାଲିଯାତ୍ରା…
Published By: Kirti – Prameya-News7 Bureau | November 13, 2025 01:11 PM
NEWS7
କଟକ ୧୩।୧୧ : ଜିଲ୍ଲାପାଳଙ୍କ ଅନୁରୋଧ । ଗୁରୁବାର ରାତିରେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ଧରି ବାଲିଯାତ୍ରା ନଆସିବା ପାଇଁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ।
ବାଲିଯାତ୍ରା ୨୦୨୫ । ଆଉ କେଇ ଘଣ୍ଟା ପରେ ଶେଷ ହୋଇଯିବ ଚଳିତ ବର୍ଷ ବାଲିଯାତ୍ରା । ଶେଷ ରାତିରେ ଐତିହାସିକ ବାଲିଯାତ୍ରାକୁ ଆସୁଛନ୍ତି ବଲିଉଡ୍ ସୁପରଷ୍ଟାର ଗାୟିକା ଶ୍ରୀୟା ଘୋଷାଲ । ଗତକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହେବାକୁ ଥିବା ରଙ୍ଗାରଙ୍ଗ ସଙ୍ଗୀତ ସଂଧ୍ୟାରେ ସାମିଲ ହେବେ ଶ୍ରେୟା ଘୋଷାଲ ।ଯେଉଁଥିରେ ଲୋକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି । ଏପିରିକି ରବିବାର ଭଳି ପ୍ରବଳ ଭିଡ଼ ହେବାର ମଧ୍ୟ ଆଶଙ୍କା ରହିଛି । ସେଥିପାଇଁ ପୁରା ବାଲିଯାତ୍ରା ପଡ଼ିଆରେ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି । ଛିଡ଼ା ହୋଇ ଦେଖିବାକୁ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ବାଲିଯାତ୍ରା ପଡ଼ିଆ ନଆସିବା ପାଇଁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ।




