ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂତାଉଥିଲେ ମହିଳା, ଧରିଲେ ସ୍ଥାନୀୟ ଲୋକେ
Published By: Deepak – Prameya-News7 Bureau | November 19, 2025 10:38 PM
NEWS7
ପୁରୀ: ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂତାଉଥିବା ଜଣେ ମହିଳା ଧରାପଡ଼ିଛନ୍ତି। ମହିଳାଙ୍କ ବ୍ୟାଗରୁ ବାହାରିଛି ମାଳ ମାଳ ନକଲି ପାଞ୍ଚଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍। ମୀରା ଶାହା ନାମକ ଜଣେ ମହିଳା ପୁରୀରେ ଏଭଳି କାରନାମା କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପୁରୀ ମାଟିଆ ପଡ଼ା ଛକ ଠାରେ ଅରୁଣ କୁମାର ସାହୁ ନାମକ ଜଣେ ଦୋକାନୀଙ୍କ ଠାରୁ ମହିଳା ଜଣକ ଆଇସକ୍ରିମ କିଣିଥିଲେ। ତେବେ ୪୦ ଟଙ୍କାର ଆଇସ୍କ୍ରିମ୍ ଖାଇ ଦୁଇଶହ ଟଙ୍କାର ନୋଟ ଦୋକାନୀ ଙ୍କୁ ବଢ଼ାଇଥିଲେ। ନୋଟ ଉପରେ ଦୋକାନୀ ଙ୍କ ସନ୍ଦେହ ହେବାରୁ ମହିଳାଙ୍କୁ ଧରିଥିଲେ। ସ୍ଥାନୀୟ ଲୋକ ପୋଲିସର ଜିମା ଦେବା ପରେ ଏହି ଟଙ୍କା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସଫେଇ ଦେଇଛନ୍ତି ମହିଳା। କିନ୍ତୁ ମହିଳା ଏଭଳି ବାରମ୍ବାର ଚଞ୍ଚକତା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।




