ଜାଲରେ ପଡିଲା ୨ ଟନ୍‌ର ଚିଲ ଶଙ୍କର ମାଛ, ବଜାରରେ ଚାହିଦା ଅଧିକ

ଜାଲରେ-ପଡିଲା-୨-ଟନ୍‌ର-ଚିଲ-ଶଙ୍କର-ମାଛ,-ବଜାରରେ-ଚାହିଦା-ଅଧିକ

ଜାଲରେ ପଡିଲା ୨ ଟନ୍‌ର ଚିଲ ଶଙ୍କର ମାଛ, ବଜାରରେ ଚାହିଦା ଅଧିକ

Published By : Prameya-News7 Bureau | August 09, 2025 IST

NEWS UPDATE

ଭୋଗରାଇ ୯।୮: ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଚିଲ ଶଙ୍କର ମାଛ । ଏହ ମାଛକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଯାହାର ଓଜନ ୨ ଟନ୍ ବୋଲି ଜଣାପଡିଛି । 

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀ ମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏକ ବିରାଟକାୟ ମାଛ ପଡିଥିଲା । ମାଛକୁ ନେଇ କୂଳକୁ ଆସିଥିବା ବେଳେ ମାଛଟି ଚିଲ ଶଙ୍କର ମାଛ ବୋଲି ଜଣାପଡିଥିଲା । ପରେ ମାଛଟିକୁ ଦୀଘା ମୁହାଣ ନିଲାମ କେନ୍ଦ୍ରକୁ ନିଆଯାଇଥିଲା ।  ଏହି ମାଛର କ୍ରାକର ଔଷଧ ତିଆରି ଏବଂ ଅନ୍ୟାନ୍ୟ ଅଙ୍ଗ ବ୍ୟବହାର କରାଯିବା ସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ । ସେଥିପାଇଁ ବଜାରରେ ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।

You Can Read:

ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ମହିଳାଙ୍କ ପ୍ରତି ବଢ଼ି ଚାଲିଛି ଦୁର୍ବ୍ୟବହାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top