ଜାପାନରେ ଶକ୍ତିଶାଳୀ ଭୂମିକମ୍ପ, ଆସିପାରେ ବଡ ସୁନାମି

ଜାପାନରେ-ଶକ୍ତିଶାଳୀ-ଭୂମିକମ୍ପ,-ଆସିପାରେ-ବଡ-ସୁନାମି

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ, ଆସିପାରେ ବଡ ସୁନାମି

Published By: Ankit M – Prameya-News7 Bureau | November 09, 2025 02:28 PM

NEWS7

tsunami
the magazine

ଟୋକିଓ, ୦୯|୧୧  :   ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଥରିଲା ଜାପାନ । ରବିବାର ଜାପାନରେ ଏକ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ବୋଲି କୁହାଯାଉଛି ।

ଟୋକିଓ ପାଣିପାଗ ବିଭାଗର କହିବାନୁସାରେ, ଜାପାନ ସମୟ ଅନୁସାରେ ସନ୍ଧ୍ୟା ୫ଟା୦୩ ସମୟରେ ଭୂମିକମ୍ପର ଝଟକା ଅନୁଭୁତ ହୋଇଥିଲା । ହଠାତ ଭୂମି ଥରି ଉଠିଥିଲା । ଏହାର କେନ୍ଦ୍ରସ୍ଥଳୀ ପ୍ରଶାନ୍ତ ମହାସାଗରର ସାନରିକୁ ବୋଲି ଜଣାପଡିଛି ।

ତେବେ ଭୂମିକମ୍ପ ପରେ ସୁନାମି ଆସିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ସେଠାକାର ଲୋକଙ୍କୁ ସୁନାମି ପାଇଁ ସତର୍କତା ଜାରି କରାଯାଇଛି । ଏହାସହ ଆଲର୍ଟ ରହିବାକୁ ମଧ୍ୟ କୁହାଯାଇଛି ।

Scroll to Top