ଭୁବନେଶ୍ୱର ୧୫/୧୧: ରାଜ୍ୟରେ ଖସୁଛି ପାରଦ। ବଢ଼ୁଛି ଥଣ୍ଡା। ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୩ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ରାଜ୍ୟର ୧୯ ସହର ୧୫ ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ପାରଦ ୭.୫ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୮.୨, ଭବାନୀପାଟଣା ଓ ନବରଙ୍ଗପୁରରେ ୧୧.୫, ଅନୁଗୁଳରେ ୧୧.୬, କେନ୍ଦୁଝର, ସୁନ୍ଦରଗଡ଼ ଓ ରାଉରକେଲାରେ ୧୨.୨, କୋରାପୁଟ ଓ ଢେଙ୍କାନାଳରେ ୧୩.୨, ବଲାଙ୍ଗୀରରେ ୧୩.୫, ସମ୍ବଲପୁରରେ ୧୩.୮, ସୋନପୁରରେ ୧୩.୯, ରାୟଗଡ଼ାରେ ୧୪.୪, ଟିଟିଲାଗଡ଼ରେ ୧୪.୫ ଡିଗ୍ରୀ ରେକର୍ଡ ହୋଇଛି ।




