ଜଳବାୟୁ ପରିବର୍ତ୍ତନକୁ ନେଇ ଭାରତର ନିଷ୍କ୍ରିୟତା, ପାଣ୍ଠି ଅଟକାଇବାକୁ ଫ୍ରାନ୍ସର ଧମକ

ଜଳବାୟୁ-ପରିବର୍ତ୍ତନକୁ-ନେଇ-ଭାରତର-ନିଷ୍କ୍ରିୟତା,-ପାଣ୍ଠି-ଅଟକାଇବାକୁ-ଫ୍ରାନ୍ସର-ଧମକ

ବେଲଜିୟମ ୧୮।୩: ଫ୍ରାନ୍ସର ଇକୋଲଜିକାଲ ଟ୍ରାଞ୍ଜିସନ ମିନିଷ୍ଟର ମୋନିକା ବାରବଟ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ୟୁରୋପୀୟ ସଂଘ(ଇୟୁ)କୁ ଜଳବାୟୁ ପରିବର୍ତ୍ତନରେ ନିଷ୍କ୍ରିୟତା ବିରୋଧରେ ଅଧିକ ଦୃଢ ଆଭିମୁଖ୍ୟ ଆପଣେଇବା ଦରକାର। ସେ ଉଦାହରଣରେ ଭାରତର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଗତଜାନୁୟାରୀରେ ଭାରତର ବ୍ରୁସେଲସ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟୀକ ବୁଝାମଣା କରିଛି। ଏହି ବୁଝାମଣା ଅନୁସାରେ ଭାରତର ହରିତ ପରିବର୍ତ୍ତନକୁ ସମର୍ଥନ ଲାଗି ଇୟୁ ୫୦୦ ନିୟୁତ ୟୁରୋ ପୈଠ କରିବ।

ତେବେ ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଭାରତ ନିଜର ସଂକଳ୍ପ ଅନୁସାରେ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନଡିସି) ପ୍ରସ୍ତୁତ ନ କରିଛି ଓ ଇୟୁ ପ୍ରତି ଦୃଷ୍ଟିକୋଣ ନ ବଦଳାଇଛି ସେ ପର୍ଯ୍ୟନ୍ତ ମୁଁ ଏପରି ପାଣ୍ଠି ପ୍ରଦାନକୁ ମୁଁ ଆଦୌ ସମର୍ଥନ ସପକ୍ଷରେ ନାହିଁ। ବିଶ୍ୱକୁ ଉଷ୍ମ କରୁଥିବା ଉତ୍ସର୍ଜନକୁ ହ୍ରାସ କରିବା ଲାଗି ବିଭିନ୍ନ ଦେଶଙ୍କ ଯୋଜନା ହିଁ ଏନଡିସି। ୨୦୧୫ ପ୍ୟାରିସ୍ ଜଳବାୟୁ ବୁଝାମଣାରେ ସ୍ୱାକ୍ଷରକାରୀ ଦେଶମାନେ ପ୍ରତି ୫ ବର୍ଷରେ ଏହାକୁ ପ୍ରସ୍ତୁତ କରିଥାନ୍ତି।

ଜଳବାୟୁ ପାଣ୍ଠି ପ୍ରାପ୍ତ କରୁଥିବା ଦେଶଙ୍କ ମଧ୍ୟରେ ଭାରତ, ଇଜିପ୍ଟ ଓ ଫିଲପାଇନ୍ସ ସମେତ ୬୦ ଦେଶ ଅଛନ୍ତି। ହେଲେ ସେମାନେ ଏପର୍ଯ୍ୟନ୍ତ ସେମାନଙ୍କ ତାଜା ଏନଡିସି ପ୍ରସ୍ତୁତ କରି ନାହାନ୍ତି। ଏହି ଦେଶମାନେ ଗତବର୍ଷ ମଧ୍ୟ ଜାତିସଂଘ (ୟୁଏନ) ସମୟସୀମା ପୂରଣ କରିବାରେ ବିଫଳ ହୋଇଥିଲେ। ଚୀନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ ତୃତୀୟ ଦେଶ ଯିଏ ଗ୍ରୀନ ହାଉସ ଗ୍ୟାସର ବଡ଼ ଉତ୍ସର୍ଜନକାରୀ। ବ୍ୟାପକ ଭାବେ କହିବାକୁ ଗଲେ ବାରବଟ କହିଛନ୍ତି ଯେ ଜଳବାୟୁ ବାର୍ତ୍ତାରେ ବ୍ରସେଲସ୍ କୁ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ।

ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହାର ଅର୍ଥ ହେଉଛି ତୁମେ କାର୍ଯ୍ୟାନୁଷ୍ଠାନ କର ଆମେ ପାଣ୍ଠି ଯୋଗାଇ ଦେବୁ। ଏଥି ପାଇଁ ସେ ୟୁରୋପୀୟ ଆୟୋଗଙ୍କୁ ଏକ ପତ୍ର ଲେଖିଥିବା ମଧ୍ୟ କହିଛନ୍ତି। ଏହି ପତ୍ରରେ ସେ ତାଙ୍କ ଉଦବେଗକୁ ସ୍ପଷ୍ଟ ରୂପେ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ ୟୁରୋପକୁ କେବଳ ସେହି ଦେଶଙ୍କୁ ପାଣ୍ଠି ଯୋଗାଇ ଦେବା ଉଚିତ ଯେଉଁମାନେ ପ୍ୟାରିସ୍ ବୁଝାମଣା ଅନୁସାରେ ବିଶ୍ୱସନୀୟ ସଂକଳ୍ପ ନିର୍ବାହ କରୁଛନ୍ତି।

Scroll to Top