ଲାହୋର,୨୭ /୦୩: ଲୋକହସା ପାକିସ୍ତାନ କ୍ରିକେଟ୍ । ଏମିତି ଗୋଟିଏ ବି ଦିନ ନାହିଁ ଯେବେ ଚର୍ଚ୍ଚାରେ ରହୁନାହାଁନ୍ତି ପାକିସ୍ତାନ କ୍ରିକେଟ୍ ଏବଂ ପାକିସ୍ତାନୀ ଖେଳାଳି । ସବୁ ଦିନ କିଛି ନା କିଛି ଘଟୁଛି । ଯାହା ଖେଳାଳିଙ୍କୁ କରୁଛି ଲୋକହସା । ସବୁଠୁ ପ୍ରତିଷ୍ଠିତ କ୍ରିକେଟ୍ ଲିଗ୍ ଆଇପିଏଲକୁ ଟାର୍ଗେଟ୍ କରି ଆରମ୍ଭ ହୋଇଥିବା ପିଏସଏଲରେ ଦେଖିବାକୁ ମିଳିଛି ଅଜବ ଘଟଣା । ଯାହାକୁ ନେଇ ଖୁବ୍ ଆଲୋଚନା ।
ମାର୍ଚ୍ଚ ୨୬ ତାରିଖରୁ ପାକିସ୍ତାନ ସୁପର ଲିଗ୍ ଆରମ୍ଭ ହୋଇଛି । ଲିଗର ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ ଲାହୋର କଲନ୍ଦର୍ସ ହାଇଦ୍ରାବାଦ୍ କିଙ୍ଗମ୍ୟାନକୁ ୬୯ ରନରେ ପରାସ୍ତ କରିଛି । ପ୍ରଥମେ ଲାହୋର ୧୯୯ ରନ୍ କରିଥିଲା । ଜବାବରେ ହାଇଦ୍ରାବାଦ ମାତ୍ର ୧୩୦ ରନରେ ଅଲଆଉଟ୍ ହୋଇଯାଇଥିଲା । ତେବେ ମୁକାବିଲାରେ ଖେଳାଯାଇଥିବା ବଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କାରଣ ଏହା ଥିଲା ପିଙ୍କ୍ ବଲ୍ ।
Hands got pink. Ball got pink due to Jersey leaving its colour. Man, PSL is full comedy. I know they are gareeb but this gareeb😭😭😭😭 pic.twitter.com/WsI96OdeD2
— Rajiv (@Rajiv1841) March 26, 2026
ସାଧାରଣତଃ ପିଙ୍କ୍ ବଲ୍ ଡେ ନାଇଟ୍ ଟେଷ୍ଟ୍ ମ୍ୟାଚରେ ବ୍ୟବହାର ହୋଇଥାଏ । କିନ୍ତୁ ପିଏସଏଲ ଏକ ଟି୨୦ ଲିଗ୍ । ଏଠାରେ ଧଳା ବଲ୍ ବ୍ୟବହାର କରାଯିବା କଥା । ତେବେ ପ୍ରକୃତ କଥା ହେଉଛି ଯେ ମ୍ୟାଚ୍ ଧଳା ବଲରୁ ଆରମ୍ଭ ହୋଇଥିଲା । କିନ୍ତୁ କିଛି ମିନିଟ୍ ପରେ ବଲର ରଙ୍ଗ ପରିବର୍ତ୍ତନ ହୋଇଯାଇଥିଲା । ଅର୍ଥାତ ବଲଟି ରଙ୍ଗ ବଦଳାଇଥିଲା ।
In PSL kit quality is so bad that the match turned into a PINK BALL contest. pic.twitter.com/1pYDGFOzq0
— Bemba Tavuma 🐐 (@gaandfaadtits) March 26, 2026
କୁହାଯାଉଛି ଯେ, ଲାହୋର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ହାଇଦ୍ରାବାଦ ବୋଲିଂ କରୁଥିଲା । ହାଇଦ୍ରାବାଦ ଜର୍ସିର ରଙ୍ଗ ହେଉଛି ମେରୁନ୍ ରଙ୍ଗ ଅର୍ଥାତ ଲାଲ୍ ଏବଂ ବ୍ରାଉନ୍ କଲରର ମିଶ୍ରଣ । ତେବେ ହାଇଦ୍ରାବାଦ ଜର୍ସିରୁ ରଙ୍ଗ ଛାଡି ବଲରେ ଲାଗିଥିଲା । ତେଣୁ ବଲଟି ଧଳାରୁ ଗୋଲାପୀ ପାଲଟି ଯାଇଥିଲା । ତେବେ ଏହାକୁ ନେଇ ପିଏସଏଲକୁ ଟ୍ରୋଲ୍ କରାଯାଉଛି । ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପୁଣି ଥରେ ବଦନାମ୍ ହୋଇଛି ।




