ଜମି ପାଇଁ ଭାଇ ହେଲା ଭଗାରୀ, ଦୁଇ ଭାଇ ମିଶି ଟାଙ୍ଗିଆରେ ହାଣିଦେଲେ ବଡ଼ ଭାଇକୁ

ଜମି-ପାଇଁ-ଭାଇ-ହେଲା-ଭଗାରୀ,-ଦୁଇ-ଭାଇ-ମିଶି-ଟାଙ୍ଗିଆରେ-ହାଣିଦେଲେ-ବଡ଼-ଭାଇକୁ

ଜମି ପାଇଁ ଭାଇ ହେଲା ଭଗାରୀ, ଦୁଇ ଭାଇ ମିଶି ଟାଙ୍ଗିଆରେ ହାଣିଦେଲେ ବଡ଼ ଭାଇକୁ

Published By: Ruby – Prameya-News7 Bureau | March 29, 2026 05:44 PM

NEWS7

Narayanpatna News

ନାରାୟଣପାଟଣା ୨୯।୩: ଜମି ବିବାଦରୁ ଭାଇ ହେଲା ଶତ୍ରୁ । ବଡ଼ ଭାଇଙ୍କୁ ମିଶି ହତ୍ୟା କଲେ ଦୁଇ ଭାଇ I କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ହତ୍ୟାକାରୀ ଦୁଇ ଭାଇ ଗିରଫ ।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର କେନ୍ଦୁମୁଣ୍ଡା ଗାଁର ପାଲୁସୁ ହୁଇକା ଦୁଇ ଶହ ଟଙ୍କା ସାନ ଭାଇକୁ ଧାର ଦେଇଥିଲେ । ଉକ୍ତ ଟଙ୍କା ମାଗିବାକୁ ଯିବାରୁ ବଚସା ଆରମ୍ଭ ହୋଇଥିଲା । ଶେଷରେ ଏକ ଟାଙ୍ଗିଆ ସାହାଯ୍ୟରେ ଦୁଇ ଭାଇ ମିଶି ବଡ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି I ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ସହ ଦୁଇ ଭାଇ ଗିରଫ ହୋଇଛନ୍ତି I ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଲଷ୍ମୀପୂର ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।

Scroll to Top