ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେଲେ ଶାହରୁଖ, ଆସିଲା ‘କିଙ୍ଗ୍‌’ର ଫାଷ୍ଟ ଲୁକ୍

ଜନ୍ମଦିନରେ-ଫ୍ୟାନ୍ସଙ୍କୁ-ବଡ଼-ଉପହାର-ଦେଲେ-ଶାହରୁଖ,-ଆସିଲା-‘କିଙ୍ଗ୍‌’ର-ଫାଷ୍ଟ-ଲୁକ୍

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ। ୬୦ ତମ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେଲେ ଶାହରୁଖ । ଆସିଲା ‘କିଙ୍ଗ୍’ର ପ୍ରଥମ ଟିଜର । ଯାହାକୁ ନେଇ ଫ୍ୟାନମାନେ ବି ବେଶ୍ ଖୁସ୍‌। ଏହି ଫିଲ୍ମ ସହ ଅଭିନେତା ପ୍ରାୟ ତିନି ବର୍ଷ ପରେ ବଡ଼ ପରଦାକୁ ରିଟର୍ଣ୍ଣ କରିବାକୁ ଯାଉଛନ୍ତି।  

ପ୍ରକୃତରେ ଦୀର୍ଘଦିନରୁ ଶାହରୁଖଙ୍କ ଫିଲ୍ମ ‘କିଙ୍ଗ୍’ ବେଶ୍ ଚର୍ଚ୍ଚାରେ ରହିଥିଲା। ଫ୍ୟାନ୍ସ ଏହାର କାହାଣୀ ଠାରୁ ଆରମ୍ଭ କରି କାଷ୍ଟିଂ, ସବୁ ବିଷୟରେ ଜାଣିବାକୁ ଚାହୁଥିଲେ। ଆଉ ଏବେ ‘କିଙ୍ଗ୍‌’ର ଫାଷ୍ଟ ଲୁକ୍ ଜାରି ହୋଇଛି। ଯାହା ଖୁବ୍ ଦମଦାର ହୋଇଛି। ଟିଜରରେ ଶାହରୁଖଙ୍କ ଭଏସ ଓଭର ଶୁଣିବାକୁ ମିଳୁଛି। ଯେଉଁଥିରେ ସେ ଫିଲ୍ମରେ ନିଜ ଚରିତ୍ର ବିଷୟରେ କହୁଛନ୍ତି।

ଶାହରୁଖଙ୍କ ଫିଲ୍ମର ଟିଜର ପୂରା ଆକ୍ସନରେ ଭରପୁର। ପ୍ରତିଟି ଫ୍ରେମରେ ଆକ୍ସନ ରହିଛି। ଏହା ଛଡ଼ା ଅଭିନେତାଙ୍କ ଲୁକ ମଧ୍ୟ ବେଶ ଦମଦାର ରହିଛି। ତାଙ୍କର ଲୁକ୍ କୌଣସି ମାଫିଆ ଭଳି ରହିଛି। ଫିଲ୍ମ ୨୦୨୬ରେ ରିଲିଜ ହେବାକୁଯାଉଥିବାବେଳେ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ ।

ଶାହରୁଖଙ୍କ ଫିଲ୍ମ ‘କିଙ୍ଗ୍’ରେ ବଲିଉଡର ଅନେକ ବଡ଼ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ଅଭିଷେକ ବଚ୍ଚନ, ଅନିଲ କପୂର, ଜ୍ୟାକି ଶ୍ରଫ, ଜୟଦୀପ ଅହଲଓ୍ବାନ, ଅରଶଦ ବାରସୀ, ସୌରଭ ଶୁକ୍ଳାଙ୍କ ଭଳି ଦମଦାର ଷ୍ଟାର ରହିଛନ୍ତି। ସେହିଭଳି ଦୀପିକା ପାଦୁକୋନ ଏବଂ ରାନୀ ମୁଖାର୍ଜୀ ମଧ୍ୟ ଫିଲ୍ମରେ ଜରୁରୀ ଭୂମିକାରେ ନଜର ଆସିବେ। ଏହା ବାଦ ନୂଆ ଷ୍ଟାର ଅଭୟ ବର୍ମା, ରାଘବ ଜୁଆଲ ମଧ୍ୟ ଅଛନ୍ତି। ‘କିଙ୍ଗ୍‌’ରେ ଶାହରୁଖଙ୍କ ଝିଅ ସୁହାନା ଖାନ ମଧ୍ୟ ଅଛନ୍ତି। ସେ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିପାରନ୍ତି।

Scroll to Top