ଜଟଣୀ ସାମ୍ବାଦିକ ସଂଘ ପକ୍ଷରୁ ରାଷ୍ଟ୍ରୀୟ ପ୍ରେସ୍ ଦିବସ ପାଳିତ, ସାମିଲ ହେଲେ ୧୫ରୁ ଅଧିକ ସାମ୍ବାଦିକ

ଜଟଣୀ-ସାମ୍ବାଦିକ-ସଂଘ-ପକ୍ଷରୁ-ରାଷ୍ଟ୍ରୀୟ-ପ୍ରେସ୍-ଦିବସ-ପାଳିତ,-ସାମିଲ-ହେଲେ-୧୫ରୁ-ଅଧିକ-ସାମ୍ବାଦିକ

ଜଟଣୀ ୧୭।୧୧ : ଜଟଣୀ ସାମ୍ବାଦିକ ସଂଘ ପକ୍ଷରୁ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ । ବୁଢ଼ାପଡ଼ା ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ପୀଠ ପରିସରରେ ଜଟଣା ସାମ୍ବାଦିକ ସଂଘ ପକ୍ଷରୁ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ୧୫ରୁ ଅଧିକ କାର୍ଯ୍ୟରତ ପ୍ରତିନିଧି ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଈଶ୍ୱର ସାମନ୍ତରାୟ, ସଜ୍ଜନ ଅଗ୍ରୱାଲ, ରବି ସ୍ୱାଇଁ, ବାସୁଦେବ ଶତପଥୀ, ଦେବପ୍ରସାଦ ଦାଶ, ଶ୍ରୀକାନ୍ତ ପ୍ରଧାନ,ସନ୍ତୋଷ ବାରିକ, କେଦାରନାଥ ସାହୁ, ରଙ୍ଗନାଥ ବେହେରା,ବିଭୁତି ଭୂଷଣ ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ସୁରେଶ ମହାରଣା, ଅଶୋକ ପଟ୍ଟନାୟକ,ସତ୍ୟନାରାୟଣ ସାମନ୍ତରାୟ, ବିଶ୍ୱନାଥ ପଟ୍ଟନାୟକଙ୍କ ସହ ବହୁ ସାମ୍ବାଦିକ ଯୋଗ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା ଏକ ପ୍ରକାର ସମାଜସେବା ତେଣୁ ଏହି ପେଶାକୁ ନିଶାରେ ପରିଣତ କରି ସମାଜରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ପ୍ରଶାସନ ନିକଟରେ ସମାଧାନ ପାଇଁ ଉପସ୍ଥାପନା ଉପରେ ମତ ପ୍ରକାଶ କରାଯାଇଥିଲା l ପରିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

Scroll to Top