ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଉଥିଲେ ତାର, ବାନ୍ଧିଲା ବନବିଭାଗ

ଜଙ୍ଗଲୀ-ଜନ୍ତୁ-ଶିକାର-ପାଇଁ-ବିଛାଉଥିଲେ-ତାର,-ବାନ୍ଧିଲା-ବନବିଭାଗ

ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଉଥିଲେ ତାର, ବାନ୍ଧିଲା ବନବିଭାଗ

Published By: Kirti – Prameya-News7 Bureau | January 29, 2026 12:08 PM

NEWS7

ath

ଆଠଗଡ଼ ୨୯।୦୧ : ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ତାର । ବନବିଭାଗର ସର୍ଚ୍ଚ ଅପରେସନ ବେଳେ ଧରାପଡ଼ିଗଲା । ଶେଷରେ ଶିକାର ପାଇଁ ବିଛାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ । ଏହାସହ ଗିରଫ ବ୍ୟକ୍ତି ନିକଟରୁ କିଛି ସାମଗ୍ରୀ ମଧ୍ୟ ଜବତ କରିଛି ବନବିଭାଗ ।

ଖବର ଅନୁଯାୟୀ, ବାଲିକିଆରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୧୦ ଜଣ ଅଜଣା ବ୍ୟକ୍ତି ବନ୍ୟପ୍ରାଣୀଙ୍କୁ ଶିକାର କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ଜଣେ ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲିକାଆରି ଅଞ୍ଚଳର ୩୩ ବର୍ଷୀୟ କାବୁଲା ପ୍ରଧାନ । ଗିରଫ ବ୍ୟକ୍ତି ନିକଟରୁ ଫାଶ ପାଇଁ ବ୍ୟବହୃତ ଜିଆଇ ତାର ଜବତ କରିଛି ବନବିଭାଗ । ନରସିଂହପୁର ବନାଞ୍ଚଳ କର୍ମଚାରୀ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ପୁରୁଣାକୋଟ୍ ବନାଞ୍ଚଳର କର୍ମଚାରୀ ମାନେ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ କରିଥିଲେ । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଠଗଡ଼ ଏସିଏଫ୍ ମନୋଜ ପାତ୍ର ସୂଚନା ଦେଇଛନ୍ତି ।

Scroll to Top