ଜଗତସିଂହପୁରର ପୀଡ଼ିତା ମହିଳାଙ୍କୁ ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

ଜଗତସିଂହପୁରର-ପୀଡ଼ିତା-ମହିଳାଙ୍କୁ-ନ୍ୟାୟ-ଦାବିରେ-ପୋଲିସ-ଡିଜିଙ୍କୁ-ଭେଟିଲା-ବିଜେଡି-ପ୍ରତିନିଧି-ମଣ୍ଡଳୀ

ଜଗତସିଂହପୁରର ପୀଡ଼ିତା ମହିଳାଙ୍କୁ ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

Published By: Ruby – Prameya-News7 Bureau | October 21, 2025 05:55 PM

NEWS7

BJD Team

କଟକ ୨୧୧୦: ଜଗତସିଂହପୁର ଜିଲ୍ଲାର ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୀଡ଼ିତା ମହିଳାଙ୍କୁ ନ୍ୟାୟ ଦେବା ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ । ବିଜେଡ଼ି ମିଡ଼ିଆ ସେଲ୍ ନେତୃତ୍ଵରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ କଟକ ବକ୍ସି ବଜାର ସ୍ଥିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡିଜିପିଙ୍କୁ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଅଞ୍ଚଳର ମହିଳା ବିଜେଡି ସୋସିଆଲ ମିଡ଼ିଆରେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ବିଗୁଡୁଥିବା ଆଇନ ଶୃଙ୍ଖଳାକୁ ନେଇ ନିଜ ସୋସିଆଲ ମିଡ଼ିଆରେ ସମାଲୋଚନା କରିଥିଲେ । ଯାହାଫଳରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରଯାଇଥିଲା । ବର୍ତ୍ତମାନ ସେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣାକୁ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡିର ଏକ ଟିମ୍ । ଅନ୍ୟପଟେ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଡ଼ିଜିପି ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି ବରିଷ୍ଠ ନେତୃମଣ୍ଡଳୀ ।

Scroll to Top